ଜମ୍ମୁରେ ଆଇଇଡି ବିସ୍ଫୋରଣ, ୨ ଯବାନ ସହିଦ

ଜମ୍ମୁର ଅଖନୁର ସେକ୍ଟରରେ ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ସହିଦ ହୋଇଛନ୍ତି। ଲାଲେଲିର ବାଡ଼ ନିକଟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ଆଇଇଡି ବିସ୍ଫୋରଣ ବ୍ୟତୀତ ଜମ୍ମୁର ଅଖନୁର ସେକ୍ଟରରେ ଆଜି ଏକ ମୋର୍ଟାର ସେଲ୍  ମିଳିଛି।

ଜମ୍ମୁକଶ୍ମୀରରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ସେନା

ଜାମ୍ମୁ : ଜମ୍ମୁର ଅଖନୁର ସେକ୍ଟରରେ ଆଇଇଡି (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍) ବିସ୍ଫୋରଣରେ ଦୁଇ ଯବାନ ସହିଦ ହୋଇଛନ୍ତି। ଲାଲେଲିର ବାଡ଼ ନିକଟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ହ୍ୱାଇଟ୍ ନାଇଟ୍ କର୍ପସ୍ କହିଛି ଯେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି। 

ଅଧିକାରୀମାନେ କହିଛନ୍ତି ଯେ ଯବାନମାନେ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟଭଟାଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବିସ୍ଫୋରଣ ଘଟିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଆଇଇଡି ବିସ୍ଫୋରଣ ହୋଇଛି । ଏହା ଆତଙ୍କବାଦୀମାନେ ଲଗାଇଥିବା ଅନୁମାନ କରାଯାଉଛି। ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ଦିଆଯାଇଥିଲା।

ଆଇଇଡି ବିସ୍ଫୋରଣ ବ୍ୟତୀତ ଜମ୍ମୁର ଅଖନୁର ସେକ୍ଟରରେ ଆଜି ଏକ ମୋର୍ଟାର ସେଲ୍  ମିଳିଛି। ଏହାକୁ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ନିଷ୍କ୍ରିୟ କରିଛି। ଜଣେ ପୋଲିସ ଅଧିକାରୀ ଙ୍କ ସୂଚନା ଅନୁଯାୟୀ, ନମନ୍ଦର ଗ୍ରାମ ନିକଟ ପ୍ରତାପ କେନାଲରେ ସ୍ଥାନୀୟ ଲୋକେ ମୋର୍ଟାର୍ ସେଲ୍ ଦେଖିଥିଲେ। ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ଡକାଯାଇ ମୋର୍ଟାର୍ ସେଲ୍ କୁ ନିଷ୍କ୍ରିୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe