ସୁନ୍ଦରଗଡ଼: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଏବଂ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ସୀମାରେ ଥିବା ସରଣ୍ଡା ଜଙ୍ଗଲରେ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ ହୋଇଛି।
ବିସ୍ଫୋରଣରେ ଝାଡ଼ଖଣ୍ଡ ଜାଗୁଆର୍ର ଯବାନ ମନୋଜ ଦମାଇ ଗୁରୁତର ଆହତ ହୋଇଛନ୍ତି । ଛୋଟନାଗରା ଥାନା ଅନ୍ତର୍ଗତ ବାବୁଡରା ନିକଟ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ଦ୍ବାର ବିଛାଯାଇଥିବା ଆଇଇଡି ବିସ୍ପୋରଣ ହୋଇଥିଲା।
ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏଇଇ
ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ରାଞ୍ଚି ଏୟାର ଲିଫ୍ଟ କରାଯାଉଛି । ଗତ କାଲି ସରଣ୍ଡା ଜଙ୍ଗଲରୁ ୧୮ ହଜାର ଡେଟୋନେଟର୍ ଝାଡ଼ଖଣ୍ଡ ଜାଗୁଆର୍ ଓ ସିଆରପିଏଫ୍ର ୬୦ ବାଟାଲିୟନ ମିଳିତ ଭାବେ ସର୍ଚ୍ଚ ଅପରେସନ କରି ୧୮ ହଜାର ଡେଟୋନେଟର୍ ଜବତ କରିଥିଲେ।
ଅଧିକ ପଢ଼ନ୍ତୁ: ଖୋଲୁ ଖୋଲୁ ପୁଣି ବନ୍ଦ: ୨୪ ଘଣ୍ଟାରେ ପୁଣି ବ୍ୟାନ୍ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ
sundargarh | jharkhand | Odisha | Naxal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/03/ied-blast-in-saranda-forest-one-jawan-critically-injured-2025-07-03-09-47-29.jpg)