ଟ୍ରାଇ ମୁଖ୍ୟଙ୍କ ଡାଟା ଲିକ୍‌ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଧାର ଡାଟା ସାର୍ବଜନିନ କରିବାକୁ ଚ୍ୟାଲେଞ୍ଜ କଲେ ସିକ୍ୟୁରିଟି ବିଶେଷଜ୍ଞ

Advertisment
ଟ୍ରାଇ ମୁଖ୍ୟଙ୍କ ଡାଟା ଲିକ୍‌ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଧାର ଡାଟା ସାର୍ବଜନିନ କରିବାକୁ ଚ୍ୟାଲେଞ୍ଜ କଲେ ସିକ୍ୟୁରିଟି ବିଶେଷଜ୍ଞ

ନୂଆଦିଲ୍ଲୀ : ଆଧାରର ଗୋପନୀୟତା ସପକ୍ଷରେ ଯୁକ୍ତି ବାଢ଼ି ଆସୁଥିବା ଭାରତୀୟ ଦୁରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ମୁଖ୍ୟ ଆର. ଏସ. ଶର୍ମା ଅଡ଼ୁଆରେ ପଡ଼ିଯାଇଛନ୍ତି। ଆର. ଏସ. ଶର୍ମାଙ୍କ ଆଧାର ଡାଟା ଲିକ୍‌ କରିବା ପରେ ଫ୍ରାନ୍‌ସର ସିକ୍ୟୁରିଟି ବିଶେଷଜ୍ଞ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଆଧାର ନମ୍ବର ଜାରି କରିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି।

ଫ୍ରାନ୍‌ସର ସିକ୍ୟୁରିଟି ବିଶେଷଜ୍ଞ ଇଲିଅଟ୍‌ ଆଲଡରସନ୍‌ କହିଛନ୍ତି, ‘ନମସ୍କାର ମୋଦି, କ’ଣ ଆପଣ ଆପଣଙ୍କର ଆଧାର ନମ୍ବର ପ୍ରକାଶ କରିବେ( ଯଦି ଆପଣଙ୍କ ପାଖରେ ଅଛି)?’

publive-image

ଉଲ୍ଲେଖନୀୟ, ଅଗଷ୍ଟ ୯ ତାରିଖ ଦିନ ଅବସରପ୍ରାପ୍ତ ଶ୍ରୀ ଶର୍ମା ଆଧାରର ଗୋପନୀୟତା ସପକ୍ଷରେ ଯୁକ୍ତି ବାଢ଼ି ତାଙ୍କ ୧୨ ଅଙ୍କ ବିଣିଷ୍ଟ ଆଧାର ନମ୍ବର ୭୬୨୧୭୭୬୮୨୭୪୦ ଟୁଇଟରରେ ଉଲ୍ଲେଖ କରି ସୁରକ୍ଷାକୁ ଲିକ୍‌ କରିବା ପାଇଁ ଚ୍ୟାଲେଞ୍ଜ କରିଥିଲେ। ଏହାର କିଛି ସମୟ ପରେ ନିଜକୁ ଫ୍ରାନ୍‌ସର ସିକ୍ୟୁରିଟି ବିଶେଷଜ୍ଞ ଭାବେ ପରିଚୟ ଦେଇ ଇଲିଅଟ୍‌ ଆଲଡରସନ୍‌ ନାମକ ଜଣେ ବ୍ୟକ୍ତି ଟ୍‌ିଟରରେ ଶ୍ରୀ ଶର୍ମାଙ୍କ ପାନ୍‌ ନମ୍ବର, ଇ-ମେଲ୍‌ ଠିକଣା, ଫୋନ୍‌ ନମ୍ବର ଆଦି ପ୍ରକାଶ କରିଥିଲେ।

ତେଣୁ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସୁଧାରିବା ସହିତ ଆଧାର ନମ୍ବରକୁ ସାଧାରଣରେ ପ୍ରକାଶ କରିବା ଠିକ୍‌ ନୁହେଁ ଏହା ଅସୁରକ୍ଷିତ ଅଟେ । ତେଣୁ ଭାବୁଛି ଏହି ପ୍ରସଙ୍ଗରେ ମୁଁ କ’ଣ କହିବାକୁ ଯାଉଛି ଆପଣ ତାହା ବୁଝି ସାରିବେଣି। ନିଜର ଆଧାର ସଂଖ୍ୟା ସାର୍ବଜନିନ କରିବା ଏକ ଉଚିତ ବିଚାର ନୁହେଁ ବୋଲି ଆଲଡରସନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe