ଯଦି ବାଇଡେନ୍‌ ଜିତିବେ ହାରିସ୍‌ ମାସକ ମଧ୍ୟରେ କ୍ଷମତା ହାତେଇ ନେବେ: ଟ୍ରମ୍ପ୍‌

ଯଦି ବାଇଡେନ୍‌ ଜିତିବେ ହାରିସ୍‌ ମାସକ ମଧ୍ୟରେ କ୍ଷମତା ହାତେଇ ନେବେ: ଟ୍ରମ୍ପ୍‌

Image Source: Financial Express

ୱାସିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ପୁଣିଥରେ ଡିମୋକ୍ରାଟିକ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ଯଦି ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ନିର୍ବାଚନ ଜିତନ୍ତି ତେବେ ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍‌ ମାସକ ମଧ୍ୟରେ ତାଙ୍କଠାରୁ କ୍ଷମତା ଛଡ଼ାଇ ନେଇ ରାଷ୍ଟ୍ରପତି ହୋଇଯିବେ। ଟ୍ରମ୍ପ୍‌ କହିଛନ୍ତି ବାଇଡେନ୍‌ ରାଷ୍ଟ୍ରପତି ଭାବେ ୨ ମାସ ବି ତିଷ୍ଠି ପାରିବେନି। ଏହା ତାଙ୍କର ବ୍ୟକ୍ତିଗତ ମତ। ଉପରାଷ୍ଟ୍ରପତି ବିତର୍କ ପରେ ଟ୍ରମ୍ପ୍‌ ପ୍ରଥମ ମନ୍ତବ୍ୟ ପ୍ରକାଶ କରି ଏହା କହିଛନ୍ତି। ଉପରାଷ୍ଟ୍ରପତି ବିତର୍କ ପରେ ଟ୍ରମ୍ପ୍‌ କହିଛନ୍ତି, କମଳା ଜଣେ କମ୍ୟୁନିଷ୍ଠ । ସେ ଆଦୌ ସମାଜବାଦୀ ନୁହନ୍ତି। କମଳା ହାରିସ୍‌ ହତ୍ୟାକାରୀମାନଙ୍କୁ ଦେଶକୁ ଆ‌ଣିବାପାଇଁ ସୀମା ଖୋଲିବାକୁ ଚାହୁଛନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe