ଖଡ଼ଗେ ନିର୍ବାଚିତ ହେଲେ କର୍ଣ୍ଣାଟକରୁ ଦ୍ବିତୀୟ କଂଗ୍ରେସ ମୁଖ୍ୟ ହେବେ

Advertisment
ଖଡ଼ଗେ ନିର୍ବାଚିତ ହେଲେ କର୍ଣ୍ଣାଟକରୁ ଦ୍ବିତୀୟ କଂଗ୍ରେସ ମୁଖ୍ୟ ହେବେ

India Today

ନୂଆଦିଲ୍ଲୀ : ଗାନ୍ଧି ପରିବାରର ବିଶ୍ବସ୍ତ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ପରେ ତାଙ୍କ ପ୍ରତି ଦଳର ପ୍ରମୁଖ ନେତାମାନଙ୍କ ସମର୍ଥନର ସୁଅ ଛୁଟିଛି। ଖଡ଼ଗେ ଯଦି କଂଗ୍ରେସର ସଭାପତି ନିର୍ବାଚିତ ହୁଅନ୍ତି ତେବେ ସେ କର୍ଣ୍ଣାଟକରୁ ଦ୍ବିତୀୟ କଂଗ୍ରେସ ମୁଖ୍ୟ ହେବେ। ଏସ୍‌ ନିଜଲିଙ୍ଗପ୍ପାଙ୍କ ପରେ ଖଡ଼ଗେ ଦ୍ବିତୀୟ କର୍ଣ୍ଣାଟକ କଂଗ୍ରେସ ନେତା ଭାବେ ଦଳର ସଭାପତି ହେବେ। ଜଗଜୀବନ ରାମଙ୍କ ପରେ ସେ ମଧ୍ୟ ଦ୍ବିତୀୟ ଦଳିତ ନେତାଭାବେ କଂଗ୍ରେସ ସଭାପତି ହେବେ।

୧୯୬୯ରେ କଂଗ୍ରେସରେ ଯୋଗ ଦେଇଥିବା ଖଡ଼ଗେ ୨୦୦୯ରେ ଲୋକସଭା ନିର୍ବାଚନ ଲଢ଼ିବା ପୂର୍ବରୁ ୯ ଥର ବିଧାୟକ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe