ମୁଁ କାର୍ଡ ଖୋଲିଲେ ଚୀନ୍ ବର୍ବାଦ ହୋଇଯିବ:ନାଲି ଆଖି ଦେଖାଇଲେ ଟ୍ରମ୍ପ୍‌

ଟ୍ରମ୍ପ୍ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମ୍ୟୁଙ୍ଗଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଠକରେ ସେ ଚୀନ୍ ବିଷୟରେ ଉଲ୍ଲେଖ କରି କହିଛନ୍ତି,ଆମେରିକା ଚୀନ୍ ସହିତ ଭଲ ସମ୍ପର୍କ ବଜାୟ ରଖି କ୍ଷତି ପହଞ୍ଚାଉଥିବା କୌଣସି କାର୍ଯ୍ୟ କରିବ ନାହିଁ...

If I open the card, China will be destroyed: Trump shows red eyes

If I open the card, China will be destroyed: Trump shows red eyes Photograph: (sambad.in)

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବର୍ତ୍ତମାନ ଶୁଳ୍କ ଲାଗୁ କରିବା ନେଇ ବେଶ୍ ଚର୍ଚ୍ଚାରେ  ଅଛନ୍ତି। ଏହି ସମୟ ମଧ୍ୟରେ ଟ୍ରମ୍ପ୍ ଅନେକ ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଟ୍ରମ୍ପ୍ ଅନେକ ଦେଶ ବିଷୟରେ ବଡ଼ ବଡ଼ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ସୋମବାର ଟ୍ରମ୍ପ୍ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗଙ୍କ ସହ ଏକ ବୈଠକ କରିଥିଲେ।

ଏହି ବୈଠକରେ ଚୀନ୍‌କୁ ଉଦ୍ଦେଶ୍ୟରେ କହିଥିଲେ ଯେ 'ଆମର ଚୀନ୍ ସହିତ ଭଲ ସମ୍ପର୍କ ରହିବାକୁ ଯାଉଛି। ଚୀନ୍ ପାଖରେ କିଛି କାର୍ଡ ଅଛି। ସେହିପରି ଆମ ପାଖରେ ମଧ୍ୟ କାର୍ଡ ଅଛି। ଆମର ଏପରି କାର୍ଡ ଅଛି, ଯାହା ଖୋଲିଗଲେ ଚୀନ୍‌ ବର୍ବାଦ ହୋଇଯିବ।

ଡୋନାଲ୍ଡ ଟ୍ରମ୍ପ୍ ସମ୍ପ୍ରତି ଏପରି ମନ୍ତବ୍ୟ ଦେଉଛନ୍ତି, ଯାହା ସିଧାସଳଖ ଚେତାବନୀ ଭଳି ଲାଗୁଛି। ଟ୍ରମ୍ପ୍ ଚୀନ୍ ବିଷୟରେ ବୈଠକରେ ସମାନ ଶୈଳୀରେ ମନ୍ତବ୍ୟ ଦେଇ ନାଲି ଆଖି ଦେଖାଇଛନ୍ତି।

ଶୁଳ୍କ ଯୁଦ୍ଧ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଚଳିତ ମାସରେ ଚୀନ୍ ସହିତ ଏକ କାର୍ଯ୍ୟନିର୍ବାହୀ ଅର୍ଡରରେ ସ୍ୱାକ୍ଷର କରିଛନ୍ତି। ଏହି ଆଦେଶ ଶୁଳ୍କ ହାରକୁ ଆହୁରି ସଂଶୋଧନ କରିବା ପାଇଁ କରାଯାଇଥିବା କୁହାଯାଉଛି। ଟ୍ରମ୍ପ୍ ଏହାକୁ ଜରୁରୀ ବୋଲି କହିଛନ୍ତି।  ସେ କହିଛନ୍ତି, ଏହା ବାଣିଜ୍ୟ ଏବଂ ଜାତୀୟ ତଥା ଅର୍ଥନୈତିକ ସୁରକ୍ଷା ଚିନ୍ତାର ସମାଧାନ କରିବ। ଟ୍ରମ୍ପ୍ ଚୀନ୍ ଉପରେ ୩୦ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ। ଏହାକୁ ୯୦ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା।

ଏହା ପୂର୍ବରୁ ଟ୍ରମ୍ପ୍ ମଧ୍ୟ ବ୍ରିକ୍ସ ଦେଶଗୁଡ଼ିକୁ ଧମକ ଦେଇଥିଲେ। ସେ କହିଥିଲେ ଯେ, ଯେଉଁ ଦେଶମାନେ ଆମେରିକା ବିରୋଧୀ ନୀତିକୁ ସମର୍ଥନ କରୁଛନ୍ତି ସେମାନଙ୍କ ଉପରେ ଅତିରିକ୍ତ ୧୦ପ୍ରତିଶତ ଶୁଳ୍କ ଲାଗୁ କରାଯିବ।

USA | China donald-trump 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe