୨୦୨୪ଲୋକସଭା ନିର୍ବାଚନକୁ ନେଇ ଓୱେସୀଙ୍କ ବୟାନ; ମୋଦୀ ବନାମ କେଜ୍ରିୱାଲ କିମ୍ବା ରାହୁଲ ହେଲେ...

Advertisment
୨୦୨୪ଲୋକସଭା ନିର୍ବାଚନକୁ ନେଇ ଓୱେସୀଙ୍କ ବୟାନ; ମୋଦୀ ବନାମ କେଜ୍ରିୱାଲ କିମ୍ବା ରାହୁଲ ହେଲେ...

ndtv

ନୂଆଦିଲ୍ଲୀ: ୨୦୨୪ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାର ରଣନୀତି କହିଲେ ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓ‌ୱେସି। ​​'ପୋଡକାଷ୍ଟ ଉଇଥ୍ ସ୍ମିତା ପ୍ରକାଶ'ର ଶେଷ ଏପିସୋଡରେ ଏଆଇଏମ୍ଆଇଏମ୍ ମୁଖ୍ୟ କହିଛନ୍ତି ଯେ ବିଜେପିକୁ ପରାସ୍ତ କରିବାକୁ ହେଲେ ବିରୋଧୀଙ୍କୁ ପ୍ରତ୍ୟେକ ଲୋକସଭା ଆସନରେ କଠିନ ପରିଶ୍ରମ କରିବାକୁ ପଡିବ।

ଅସଦୁଦ୍ଦିନ ଓ‌ୱେସିଙ୍କ କହିବା ମୁତାବକ, ବିରୋଧୀଦଳ ସମସ୍ତ ୫୪୦ଟି ଲୋକସଭା ଆସନରେ କଡା ମୁକାବିଲା କରିବାକୁ ଯୋଜନା କରିବା ଉଚିତ। ଯଦି ବିଜେପି ବିରୋଧରେ ବିରୋଧୀ ଦଳର ଲଢ଼େଇ ହୁଏ ତେବେ ଏହା ବିଜେପି ପାଇଁ ଲାଭଦାୟକ ହେବ। ଯଦି ଲଢ଼େଇ ମୋଦୀ ବନାମ ଅରବିନ୍ଦ କେଜ୍ରିୱାଲ କିମ୍ବା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ହୁଏ, ତେବେ ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଲାଭଦାୟକ ହେବ।

୨୦୧୯ ମସିହାରେ ବିରୋଧୀ ଏକଜୁଟ ହୋଇ ମୋଦୀ ସରକାରଙ୍କୁ ପରାସ୍ତ କରିବା ପାଇଁ ଏକ ବଡ ମେଣ୍ଟ ଗଠନ କରିଥିଲେ, କିନ୍ତୁ ସଫଳତା ହାସଲ କରିପାରି ନଥିଲେ। ଏହା ପରେ ଧୀରେ ଧୀରେ ମେଣ୍ଟ ଭାଙ୍ଗିଥିଲା। ବର୍ତ୍ତମାନ ୨୦୨୪ଲୋକସଭା ନିର୍ବାଚନ ଉପରେ ବିରୋଧୀ ଧ୍ୟାନ ଦେଉଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍) ଦାବି କରିଛି ଯେ, ୨୦୨୪ ପାଇଁ ଲଢ଼େଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହେବ। ଏହାକୁ ନେଇ ଓୱେସୀଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ କହିଥିଲେ ଯେ, ମୋଦୀ ବନାମ ଅରବିନ୍ଦ କେଜ୍ରିୱାଲ ହେଲେ ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଲାଭଦାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe