ଆଜି ମନିଷ ସିସୋଦିଆ ଥିଲେ ମୋ ସହ ଏପରି ହୋଇନଥାନ୍ତା: ସ୍ବାତୀ ମାଲିୱାଲ୍‌

Advertisment
ଆଜି ମନିଷ ସିସୋଦିଆ ଥିଲେ ମୋ ସହ ଏପରି ହୋଇନଥାନ୍ତା: ସ୍ବାତୀ ମାଲିୱାଲ୍‌

www.ndtv.com

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ୍‌ଙ୍କ ମାମଲାରେ ଆପ୍‌ କରିଥିବା ପଦଯାତ୍ରାକୁ ନେଇ ଏବେ ମୁହଁ ଖୋଲିଛନ୍ତି ପୀଡ଼ିତା। ସ୍ବାତୀ ଏକ ଏକ୍ସ ପୋଷ୍ଟ୍‌ କରି କହିଛନ୍ତି ଯେ ‘‘କିଛି ବର୍ଷ ତଳେ ଆମେ ଯେପରି ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଜଣେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ପଦଯାତ୍ରୀ କରିଥିଲୁ, ଆଜି ୧୨ ବର୍ଷ ପରେ ସେହିପରି ଭାବେ ଜଣେ ଅଭିଯୁକ୍ତକୁ ନ୍ୟାୟ ଦେବାକୁ ପଦଯାତ୍ରା ହେଉଛି। ଯିଏକି ସିସିଟିଭି ଫୁଟେଜ୍‌ ଟାମ୍ପରିଂ କରିବାରୁ ନେଇ ଫୋନ୍‌ ଫର୍ମାଟ କରିବା ପରି କାମ କରିଛନ୍ତି।’’

ସ୍ବାତୀ ମାଲିୱାଲ୍‌ଙ୍କୁ ଆକ୍ରମଣ ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କ ସହଯୋଗୀ ବିଭବ କୁମାରଙ୍କୁ ଗିରଫ କରାଯିବା ପରେ ଆଜି ଆପ୍‌ ର ନେତାମାନେ ଆଜି ବିଜେପି କାର୍ଯ୍ୟାଳୟକୁ ପଦଯାତ୍ରା କରିଛନ୍ତି।

ଦିଲ୍ଲୀ ପୋଲିସ କହିଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ତଥା ଏହି ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଭବ କୁମାର ପ୍ରମାଣ ନଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘରର ସିସିଟିଭି ଫୁଟେଜରେ ଟାମ୍ପରିଂରେ ସମ୍ପୃକ୍ତ ଥାଇପାରନ୍ତି। କୁମାର ତାଙ୍କ ଫୋନକୁ ମଧ୍ୟ ଫର୍ମାଟ କରିଛନ୍ତି ବୋଲି ରିମାଣ୍ଡ ନୋଟରେ ଦିଲ୍ଲୀ ପୁଲିସ କହିଛି। କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ଗିରଫ ହୋଇ ଏବେ ପୁଲିସ ହେପାଜତରେ ଅଛନ୍ତି।
ମାଲିୱାଲ ତାଙ୍କ ଏକ୍ସ ପୋଷ୍ଟ୍‌ରେ ଏହା ମଧ୍ୟ କହିଛନ୍ତି ଯଦି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବେଳକୁ ହେଲେ ଏତିକି ଜୋର୍‌ ଲଗାଇଥାଆନ୍ତେ, ଯଦି ସେ ଏଠାରେ ଥାଆନ୍ତେ ତେବେ ତାଙ୍କ ସହ ଏହା ହୋଇନଥାନ୍ତା ବୋଲି ସ୍ବାତୀ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe