ହତ୍ୟାକାରୀର ମା’ଙ୍କ ବୟାନ: ଯେଉଁଭଳି ଭାବରେ ମୋ ପୁଅ ମହିଳା ଡାକ୍ତରଙ୍କୁ ହତ୍ୟା କରିଛି, ତାକୁ ମଧ୍ୟ ସେହିଭଳି ଜାଳି ଦିଆଯାଉ

Advertisment
ହତ୍ୟାକାରୀର ମା’ଙ୍କ ବୟାନ: ଯେଉଁଭଳି ଭାବରେ ମୋ ପୁଅ ମହିଳା ଡାକ୍ତରଙ୍କୁ ହତ୍ୟା କରିଛି, ତାକୁ ମଧ୍ୟ ସେହିଭଳି ଜାଳି ଦିଆଯାଉ

New Indian Express

ହାଇଦ୍ରାବାଦ୍: ଗତ ଗୁରୁବାର ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସାରା ଦେଶବାସୀ ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗିବା ସହ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡ ମିଳୁ ବୋଲି ଦାବି କରିବା ଆରମ୍ଭ କରିଛନ୍ତି। ଘଟଣା ଘଟିବା ପରେ ପୀଡ଼ିତାଙ୍କ ମା’ ୪ଜଣ ଅଭିଯୁକ୍ତଙ୍କୁ ଜିଅନ୍ତା ଜାଳିବା ପାଇଁ ଦାବି କରିଥିବା ବେଳେ ଏବେ ୪ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତର ମା’ ମଧ୍ୟ ସମାନ ଦାବି କରିଥିବା ଜଣା ପଡ଼ିଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଭିଯୁକ୍ତର ମା’ ନିଜର ବୟାନ ରଖି କହିଛନ୍ତି କି, ଯଦି ମୋ ପୁଅ ଦୋଷୀ, ତେବେ ‌ସେ ଯେମିତି ଡାକ୍ତରଙ୍କୁ ହତ୍ୟା କରିଛି ତାକୁ ମଧ୍ୟ ସେହିଭଳି ଜାଳି ଦିଆଯାଉ। ମୁଁ ମଧ୍ୟ ଗୋଟେ ଝିଅ ଓ ମା’ ମଧ୍ୟ। ନିଜ ଝିିଅକୁ ଏଭଳି ହରାଇବା ପରେ ଜଣେ ମା’ ଉପରେ କ’ଣ ବିତୁଥିବ, ତାହା ମୁଁ ଅନୁଭବ କରି ପାରୁଛି ବୋଲି ସେ କହିଛନ୍ତି। ଅଭିଯୁକ୍ତର ମା’ ହୋଇ ଏଭଳି ବୟାନ ରଖିଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

publive-image indiatimes.com

ସୂଚନା ମୁତାବକ, ଗତ ଗୁରୁବାର ପୀଡ଼ିତା ଶମସାବାଦରେ ଥିବା ଟୋଲା ପ୍ଳାଜାରେ ନିଜର ସ୍କୁଟି ରଖି କ୍ୟାବ ଯୋଗେ ତ୍ବଚା ବିିଶେଷଜ୍ଞଙ୍କ ପାଖକୁ ଯାଇଥିଲେ। କିନ୍ତୁ ଫେରିବା ପରେ ତାଙ୍କ ସ୍କୁଟିର ଏକ ଟାୟାର ପଙ୍କଚର ହୋଇ ଯାଇଥିଲା। ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଆସି ତାଙ୍କୁ ସାହାଯ୍ୟର ହାତ ବଢ଼ାଇବା ସହ ପରେ ୪ଜଣ ମିଶି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଛାଡ଼ିଦେବା ପାଇଁ ହାତ ଯୋଡ଼ିଥିଲେ ମଧ୍ୟ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଗଳା କାଟିଦେବା ସହ ୨୫କିଲୋମିଟର ଦୂରରେ ନେଇ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe