ଆବଶ୍ୟକ ହେଲେ ଓମିକ୍ରନ୍‌ ପାଇଁ ସ୍ବତନ୍ତ୍ର ବୁଷ୍ଟର ଡୋଜ୍‌ ଆସିବ: ପୁନାୱାଲା

Advertisment
ଆବଶ୍ୟକ ହେଲେ ଓମିକ୍ରନ୍‌ ପାଇଁ ସ୍ବତନ୍ତ୍ର ବୁଷ୍ଟର ଡୋଜ୍‌ ଆସିବ: ପୁନାୱାଲା

ନୂଆଦିଲ୍ଲୀ : କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’କୁ ଆଧାର କରି ବିଶେଷ ଭାବେ କୋଭିସିଲ୍ଡର ଏକ ନୂଆ ସଂସ୍କରଣ ଆସିବ। ଯଦି ଗବେଷଣା ଦ୍ବାରା ଏହାର କିଛି ଆବଶ୍ୟକତା ଥିବା ଜଣାପଡ଼େ ତେବେ ଏ ସଂକ୍ରାନ୍ତରେ ବିଚାରବିମର୍ଶ କରାଯିବ ବୋଲି ସିରମ୍‌ ଇନଷ୍ଟିଚ୍ୟୁଟ୍‌ ମୁଖ୍ୟ ଆଦର ପୁନାୱାଲା କହିଛନ୍ତି। ଓମିକ୍ରନ୍‌ ପାଇଁ ଅଧିକ ଗବେଷଣା ଜାରି ରହିଛି ଏବଂ ସବିଶେଷ ତଥ୍ୟ ଆସିବା ପରେ ଆ‌ଉ ୨ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ କିଛି ନିଷ୍ପତ୍ତି ନିଆଯିବ ବୋଲି ପୁନାୱାଲା କହିଛନ୍ତି।

ଅକ୍ସଫୋର୍ଡରେ ବୈଜ୍ଞାନିକମାନେ ସେମାନଙ୍କ ଗବେଷଣା ଜାରି ରଖିଛନ୍ତି। ସେମାନଙ୍କ ଗବେଷଣାକୁ ଆଧାର କରି ଆମେ ଏକ ନୂଆ ଟିକା ପ୍ରସ୍ତୁତ କରିବୁ ଏବଂ ଏହା ୬ ମାସ‌ରେ ଏକ ବୁଷ୍ଟର ଭାମେ କାମ କରିବ ବୋଲି ପୁନାୱାଲା କହିଛନ୍ତି। ଓମିକ୍ରନ୍‌କୁ ନେଇ ବିଶେଷ ଭୟଭୀତ ନହୋଇ ସୁରକ୍ଷା ପଦକ୍ଷେପ ଉପରେ ଗୁରୁତ୍ବ ଦେବାକୁ ପୁନାୱାଲା କହିଛନ୍ତି।

ଲାନସେଟ୍‌ ଅଧ୍ୟୟନରୁ ଜଣାପଡ଼ିଛି ଯେ କୋଭିସିଲ୍ଡର ଫଳପ୍ରଦତା ବହୁତ ଅଧିକ ରହୁଛି। ଏହା ହସ୍ପିଟାଲ୍‌ ରହଣୀ ଏବଂ ମୃତ୍ୟୁ ସମ୍ଭାବନାକୁ କମାଇ ଦେଉଛି। ତେବେ ସମୟ ସହ କୋଭିସିଲ୍ଡର ଫଳପ୍ରଦତା କମିଯିବ ନାହିଁ। ଯଦି ବୁଷ୍ଟର ଡୋଜ୍‌ ଆବଶ୍ୟକ ହୁଏ ତେବେ କମ୍ପାନି ନିକଟରେ ବହୁତ ଡୋଜ୍‌ ରହିଛି ଏବଂ ଏହା ସମାନ ମୂଲ୍ୟରେ ଉପଲବ୍ଧ ହେବ ବୋଲି ପୁନାୱାଲା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe