Image Courtesy of India Today
ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦ୍ଙ୍କ ବିଷୟରେ ଭାରତୀୟ ଜନତା ପାର୍ଟିର ନିଲମ୍ବିତ ମୁଖପାତ୍ରୀଙ୍କ ମନ୍ତବ୍ୟ ଯୋଗୁଁ ପ୍ରତିବାଦ ବ୍ୟାପକ ହେଉଥିବା ବେଳେ ବାଂଲାଦେଶୀ ଲେଖିକା ତସ୍ଲିମା ନସ୍ରୀନ୍ କହିଛନ୍ତି, ଆଜି ଯଦି ପ୍ରଫେଟ୍ ମହମ୍ମଦ୍ ବଞ୍ଚି ଥାଆନ୍ତେ ସେ ମଧ୍ୟ ସଂଖ୍ୟାଲଘୁମାନଙ୍କର ନିର୍ବୋଧତା ଦେଖି ହତବାକ୍ ହୋଇଯାଇ ଥାଆନ୍ତେ।
ପ୍ରଫେଟ୍ ମହମ୍ମଦ୍ଙ୍କ ସଂକ୍ରାନ୍ତରେ ଦିଆଯାଇଥିବା ଟିପ୍ପଣୀ ଯୋଗୁଁ ଚାଲିଥିବା ଭୀଷଣ ପ୍ରତିବାଦକୁ ନିନ୍ଦା କରିବା ସହ ଟୁଇଟ୍ କରି ତସ୍ଲିମା ନସ୍ରୀନ୍ ଲେଖିଛନ୍ତି: ଆଜି ଯଦି ସ୍ବୟଂ ପ୍ରଫେଟ୍ ମହମ୍ମଦ୍ ବଞ୍ଚିଥାଆନ୍ତେ ସେ ମଧ୍ୟ ବିଶ୍ବବ୍ୟାପୀ ଧର୍ମାନ୍ଧ ସଂଖ୍ୟାଲଘୁମାନଙ୍କର ପାଗଳାମି ଦେଖି ସ୍ତବ୍ଧ ହୋଇ ଯାଇଥାଆନ୍ତେ।
ନୂପୁର ଶର୍ମାଙ୍କ ମନ୍ତବ୍ୟ ଯୋଗୁଁ ଦିଲ୍ଲୀ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସମେତ ସମଗ୍ର ଭାରତର କେତେକ ରାଜ୍ୟରେ ପ୍ରତିବାଦ ଚାଲିଥିବା ବେଳେ ତସ୍ଲିମା ନସ୍ରୀନ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ନୂପୁର ଶର୍ମାଙ୍କୁ ଗିରଫ କରି ପ୍ରୟୋଜନ ହେଲେ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ପ୍ରତିବାଦକାରୀମାନେ ଦାବି କରିଛନ୍ତି।
Image Courtesy of Kannadi Newsସୂଚନାଯୋଗ୍ୟ, ନୂପୁରଙ୍କ ମନ୍ତବ୍ୟ ପାଇଁ ପଡ଼ୋଶୀ ଦେଶ ବାଂଲାଦେଶରେ ମଧ୍ୟ ପ୍ରତିବାଦ ଆରମ୍ଭ ହୋଇଛି। ଶୁକ୍ରବାର ଦିନ ଏଥିପାଇଁ ରାଜଧାନୀ ଢାକାରେ ହଜାର ହଜାର ଜନତା ପ୍ରତିବାଦ ପଦଯାତ୍ରା କରିଥିଲେ। ସେମାନେ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ୍ ଦେବା ସହ ଜୁନ୍ ୧୬ ତାରିଖରେ ଭାରତୀୟ ଦୂତାବାସ ଘେରାଉ କରିବେ ବୋଲି ଡାକରା ଦେଇଛନ୍ତି। ଭାରତୀୟ ସାମଗ୍ରୀ ଏବଂ ଭାରତକୁ ବର୍ଜନ କରିବା ଲାଗି ମଧ୍ୟ ସେମାନେ ଆହ୍ବାନ ଦେଇଛନ୍ତି।
ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲ୍ ଦେଇଥିବା ମନ୍ତବ୍ୟକୁ ଉପସାଗୀୟ ଦେଶମାନଙ୍କରେ ମଧ୍ୟ ନିନ୍ଦା କରାଯାଇଛି।
Follow Us