ରାହୁଲ କ୍ଷମା ନମାଗିଲେ ଏତଲା ରୁଜୁ କରିବି: ସବରକରଙ୍କ ନାତି

ବୀର ସବରକରଙ୍କୁ ଅପମାନ ପ୍ରସଙ୍ଗ

ରାହୁଲ କ୍ଷମା ନମାଗିଲେ ଏତଲା ରୁଜୁ କରିବି: ସବରକରଙ୍କ ନାତି

ନୂଆଦିଲ୍ଲୀ : ବୀର ସବରକରଙ୍କ ନାତି ରଂଜିତ ସବରକର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରିବେ ବୋଲି ଧମକ ଦେଇଛନ୍ତି। ରଂଜିତ କହିଛନ୍ତି, ସବରକରଙ୍କୁ ନେଇ ରାହୁଲ ଗାନ୍ଧି ଦେଇଥିବା ଟିପ୍ପଣୀ ପାଇଁ ଯଦି ସେ କ୍ଷମା ନମାଗନ୍ତି ତେବେ ମୁଁ ଏତଲା ରୁଜୁ କରିବି। କଂଗ୍ରେସ ଦଳ ଏବଂ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ବୀର ସବରକରଙ୍କୁ ଅସମ୍ମାନିତ କରିନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ‌ଯେ ରାହୁଲ ବାରମ୍ବାର ସବରକରଙ୍କୁ ଅପମାନିତ କରିଥିଲେ ସୁଦ୍ଧା ସେ କ୍ଷମା ମାଗିବା ପରିବର୍ତ୍ତେ, ବାରମ୍ବାର ସେହି ସମାନ ଭୁଲ୍‌ କରୁଛନ୍ତି।

ରଂଜିତ ସବରକର କହିଛନ୍ତି, ସେ ମଧ୍ୟ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ଏନେଇ କଥା ହୋଇଛନ୍ତି। ସବରକରଙ୍କୁ ଅପମାନିତ କରିଥିବା କାରଣ ପାଇଁ ଉଦ୍ଧବଙ୍କ‌ ମେଣ୍ଟ ସହଯୋଗୀ ଏବଂ ବିଶେଷ କରି ରାହୁଲ ଗାନ୍ଧି କ୍ଷମା ମାଗିବା ଉଚିତ ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ, ରଂଜିତ ସବରକର ରାହୁଲଙ୍କ ବିରୋଧରେ ୨ଟି ଏତଲା ରୁଜୁ କରି ସାରିଛନ୍ତି। ବୀର ସବରକରଙ୍କୁ ‘ଦେଶଦ୍ରୋହୀ’ କହିଥିବା ପାଇଁ ସେ ରାହୁଲଙ୍କ ବିରୋଧରେ ଦାଦର ଥାନାରେ ଏତଲା ରୁଜୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe