ଦରକାର ପଡ଼ିଲେ କର୍ଣ୍ଣାଟକରେ ଯୋଗୀ ମଡେଲ ଲାଗୁ କରିବୁ: ବସବରାଜ ବମ୍ମାଇ

Advertisment
ଦରକାର ପଡ଼ିଲେ କର୍ଣ୍ଣାଟକରେ ଯୋଗୀ ମଡେଲ ଲାଗୁ କରିବୁ: ବସବରାଜ ବମ୍ମାଇ

ବେଙ୍ଗାଲୁରୁ: ଯଦି ପରିସ୍ଥିତି ଉପୁଜେ ତେବେ ସାମ୍ପ୍ରଦାୟିକ ହିଂସାର ମୁକାବିଲା ପାଇଁ ରାଜ୍ୟରେ ଯୋଗୀ ଆଦିତ୍ୟନାଥ ମଡେଲ କାର୍ଯ୍ୟକାରୀ ହେବ। ଗୁରୁବାର ଏଭଳି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ । ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ପ୍ରବୀଣ ନେଟ୍ଟାରୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ନେଇ ବମ୍ମାଇଙ୍କ ଏଭଳି ମନ୍ତବ୍ୟ ଆସିଛି। କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଉପରେ ଥିବା ପ୍ରବଳ ଚାପ ମଧ୍ୟରେ ମୁଖ୍ୟମନ୍ତ୍ରୀ ବମ୍ମାଇ ଆଜି କହିଛନ୍ତି ଯଦି ଆବଶ୍ୟକତା ପଡେ ସେ ରାଜ୍ୟରେ ଯୋଗୀ ଆଦିତ୍ୟନାଥ ମଡେଲ ଅନୁସରଣ କରିବେ।

ସେ କହିଛନ୍ତି, ଉତ୍ତରପ୍ରଦେଶର ପରିସ୍ଥିତିକୁ ଦେଖିଲେ ଜଣାପଡ଼ୁଛି ଯେ, ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ପରିଚାଳନା କରିବା ପାଇଁ ଉଚିତ୍ ବ୍ୟକ୍ତି। କର୍ଣ୍ଣାଟକରେ ଆମେ ସାମ୍ପ୍ରଦାୟିକ ହିଂସାର ମୁକାବିଲା ପାଇଁ ବିଭିନ୍ନ ବାଟ ଆପଣାଉଛୁ। ଯଦି ପରିସ୍ଥିତି ଉପୁଜେ ତେବେ ଯୋଗୀ ମଡେଲ କାର୍ଯ୍ୟକାରୀ ହେବ। ପ୍ରବୀଣଙ୍କ ହତ୍ୟା ପରେ ଆମ ହୃଦୟରେ କ୍ରୋଧ ଆସିଛି। ଶିବାମୋଗାରେ ହର୍ଷ (ବଜରଙ୍ଗ ଦଳ କର୍ମୀ)ଙ୍କୁ ହତ୍ୟା କରାଯିବାର କିଛି ମାସ ମଧ୍ୟରେ ଏହି ଘଟଣା ଘଟିବା ମୋତେ ବ୍ୟଥିତ କରିଛି। ନିୟମିତ ଯାଞ୍ଚ, କଠୋର ନିୟମ ଏବଂ ଦଣ୍ଡ ସହିତ ପିଏଫଆଇ ଭଳି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ସଂପୂର୍ଣ୍ଣ ଭାବେ ଶେଷ କରିବା ପାଇଁ ଆମେ ଅସ୍ତ୍ରଶସ୍ତ୍ର ସହିତ ରାଜ୍ୟରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ ଫୋର୍ସକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe