Image Courtesy of India Today
କିବ୍: ଆଣବିକ ଯୁଦ୍ଧ ଆରମ୍ଭ କରିବେ ବୋଲି ଧମକ ଦେଇଥିବା ପୁଟିନ୍ଙ୍କୁ ଯଦି ଆମେ ରୋକି ନ ପାରୁ, ତେବେ ବିଶ୍ବରେ ଆଉ କାହା ପାଇଁ ନିରାପଦ ସ୍ଥାନ ରହିବ ନାହିଁ। ବୋଲି ବୈଶ୍ବିକ ଗଣମାଧ୍ୟମ ପ୍ରତି ୟୁକ୍ରେନ୍ର ଫାଷ୍ଟ୍ ଲେଡି ଓଲେନା ଜେଲେନ୍ସ୍କା ଗୋଟାଏ ଖୋଲା ଚିଠିରେ ଉଲ୍ଲେଖ କରିଛନ୍ତି।
ସେଥିରେ ସେ ଲେଖଛନ୍ତି, ରୁଷୀୟ ଆକ୍ରମଣ ଘୋଷଣା ଶୁଣି ଫେବ୍ରୁଆରି ୨୪ ତାରିଖ ଦିନ ଆମ ନିଦ ଭାଙ୍ଗିଲା। କମାଣ ସବୁ ୟୁକ୍ରେନୀୟ ସୀମା ଟପିଲା, ଲଢୁଆ ବିମାନ ସବୁ ଆକାଶପଥରେ ପ୍ରବେଶ କଲେ, ମିସାଇଲ୍ ଲଞ୍ଚର୍ ସବୁ ଆମ ନଗରୀମାନଙ୍କୁ ବେଢ଼ିଗଲେ। ଏହାକୁ ‘ସ୍ବତନ୍ତ୍ର ଅଭିଯାନ’ କହୁଥିବା କ୍ରେମ୍ଲିନ୍ ସମର୍ଥିତ ସଂସ୍ଥାନଗୁଡ଼ିକର ପ୍ରତିଶ୍ରୁତି ଦେଉଥିଲେ ବି ବାସ୍ତବରେ ଏହା ହେଉଛି ୟୁକ୍ରେନ୍ର ସାଧାରଣ ନାଗରିକ ସଂହାର ଅଭିଯାନ। ଏହି ଆକ୍ରମଣର ସବୁଠୁ ଭୟାବହ ତଥା ବିପର୍ଯ୍ୟସ୍ତକାରୀ ଘଟଣା ହେଉଛି ପିଲାଙ୍କ ମୃତ୍ୟୁ।
ୟୁକ୍ରେନ୍ ଶାନ୍ତି ଚାହେଁ। କିନ୍ତୁ, ୟୁକ୍ରେନ୍ ତା’ର ସୀମାକୁ ସୁରକ୍ଷା ଦେବ। ତା’ର ପରିଚୟକୁ ସୁରକ୍ଷିତ ରଖିବ। ଏହା ଅନ୍ୟଥା ହେବନାହିଁ।
Image Courtesy of The New York Timesଯେଉଁ ନଗରୀମାନଙ୍କରେ ବୋମା ବର୍ଷଣ ଲାଗି ରହିଛି ସେଠାରେ ଜନସାଧାରଣ କୋଠାବାଡ଼ିର ଭଗ୍ନସ୍ତୂପ ତଳେ ପୋତି ହୋଇ ପଡୁଛନ୍ତି। ଦିନ ଦିନ ଧରି ବଙ୍କର୍ରୁ ବାହାରି ପାରୁ ନାହାନ୍ତି। ସାଧାରଣଜନତାଙ୍କୁ ନିରାପଦସ୍ଥାନକୁ ସ୍ଥାନାନ୍ତରଣ କରିବା ମାନବୀୟ ସହାୟତା ନିମନ୍ତେ ଆମେ ନିରାପଦ କରିଡର୍ ଆବଶ୍ୟକ କରୁଛୁ। ଆମ ଆକାଶପଥ ବନ୍ଦ କରିଦେବା ପାଇଁ କ୍ଷମତାଧାରୀଙ୍କୁ କହୁଛୁ। ଆକାଶପଥ ବନ୍ଦ କରନ୍ତୁ। ସ୍ଥଳଭାଗରେ ଚାଲିଥିବା ଯୁଦ୍ଧକୁ ଆମେ ମୁକାବିଲା କରିପାରିବୁ।
ପ୍ରିୟ ଗଣମାଧ୍ୟମ, ଆପଣମାନଙ୍କୁ ନିବେଦନ, ଏଠି କ’ଣ ସବୁ ଘଟୁଛି ତାହା ପ୍ରସାର କରିଚାଲନ୍ତୁ ଓ ସତ୍ୟ ପ୍ରଦର୍ଶନ ଜାରି ରଖନ୍ତୁ। ରୁଷୀୟ ସଂଘ ଆରମ୍ଭ କରିଥିବା ଯୁଦ୍ଧ ସୂଚନାର ପ୍ରତିଟି ପ୍ରମାଣ ଗୁରୁତ୍ବପୂର୍ଣ୍ଣ ଅଟେ।
ସେ ଆହୁରି ମଧ୍ୟ ଲେଖିଛନ୍ତି, ସାଧାରଣ ନାଗରିକମାନଙ୍କୁ ରକ୍ଷା କରିବା ଛଳରେ ଆସନ୍ତାକାଲି ବଳପୂର୍ବକ ଆମ ନଗରୀମାନଙ୍କୁ ପ୍ରବେଶ କରିବାକୁ ଥିବା ସେନାକୁ ୟୁକ୍ରେନ୍ ବାଧା ଦେଉଛି। ଆଣବିକ ଯୁଦ୍ଧ ଆରମ୍ଭ କରିବେ ବୋଲି ଧମକ ଦେଇଥିବା ପୁଟିନ୍ଙ୍କୁ ଯଦି ଆମେ ରୋକି ନ ପାରୁ, ତେବେ ବିଶ୍ବରେ ଆଉ କାହା ପାଇଁ ନିରାପଦ ସ୍ଥାନ ରହିବ ନାହିଁ।
ସୂଚନାଯୋଗ୍ୟ, ଆଜି ସକାଳ ପାଇଁ ରୁଷ୍ ୫ଟି ନଗରୀରେ ଅସ୍ତ୍ରବିରତି ଘୋଷଣା କରିଛି। ଅସ୍ତ୍ରବିରତି ବେଳେ କିବ୍, ଚେର୍ନିହିବ୍, ସୁମି, ଖାର୍କିଭ୍ ଏବଂ ମାରିଉପୋଲ୍ରେ ମାନବୀୟ କରିଡର୍ ଯୋଗାଇ ଦିଆଯିବ ବୋଲି ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି।
Follow Us