ଆମକୁ ସୁଯୋଗ ଦେଲେ ଆମେ ନୂଆ ଗୁଜୁରାଟ ଗଢ଼ିବୁ, ଦୁଇ ଭାଗ ହୋଇଥିବା ଭାରତକୁ ଏକ କରିବୁ: ରାହୁଲ ଗାନ୍ଧୀ

Advertisment
ଆମକୁ ସୁଯୋଗ ଦେଲେ ଆମେ ନୂଆ ଗୁଜୁରାଟ ଗଢ଼ିବୁ, ଦୁଇ ଭାଗ ହୋଇଥିବା ଭାରତକୁ ଏକ କରିବୁ: ରାହୁଲ ଗାନ୍ଧୀ

ଅହମଦାବାଦ: ଚଳିତ ବର୍ଷ ଶେଷରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଗୁଜୁରାଟରେ ରାଜନୈତିକ ସ୍ଥିତିକୁ ମଜବୁତ କରିବା ପାଇଁ କଂଗ୍ରେସ ପ୍ରସ୍ତୁତିକୁ ଜୋରଦାର କରିଛି। ଗୁଜୁରାଟରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଗୁଜରାଟର ଦାହୋଦରେ ପହଞ୍ଚିଛନ୍ତି। ଏଠାରେ ରାହୁଲ ଗାନ୍ଧୀ ଆଦିବାସୀ ସତ୍ୟଗ୍ରାହ ସମାବେଶକୁ ସମ୍ବୋଧିତ କରି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ଦୁଇ ଭାଗ କରିଥିବା କହି କଂଗ୍ରେସକୁ ଗୋଟିଏ ସୁଯୋଗ ଦେବାକୁ ନିବେଦନ କରିଛନ୍ତି ରାହୁଲ।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହା ଏକ ସାଧାରଣ ସଭା ନୁହେଁ। ଏହା ଏକ ଆନ୍ଦୋଳନର ଆରମ୍ଭ। ଏହା ସତ୍ୟଗ୍ରାହର ଆରମ୍ଭ। ୨୦୧୪ ରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ଦୁଇ ଦେଶରେ ବିଭକ୍ତ କରିଦେଇଛନ୍ତି। ପ୍ରଥମଟି ଧନୀଙ୍କ ଭରତ ଏବଂ ଦ୍ୱିତୀୟଟି ଗରିବ ଓ ସାଧାରଣ ଲୋକଙ୍କ ଭାରତ। କିନ୍ତୁ କଂଗ୍ରେସ ଦୁଇଟି ଭାରତ ଚାହୁଁନାହିଁ। ଆମେ କେବଳ ଗୋଟିଏ ଭାରତ ଚାହୁଁ, ଯେଉଁଥିରେ ସମସ୍ତ ଲୋକଙ୍କର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ସମାନ ଅଧିକାର ରହିବ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ଯଦି ଗୁଜରାଟରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ନଦୀ ସଂଯୋଗ ପ୍ରକଳ୍ପ ବନ୍ଦ ହୋଇଯିବ। ଗୁଜରାଟରେ ହେବାକୁ ଥିବା ନିର୍ବାଚନରେ ​​କଂଗ୍ରେସ ଦଳର ସରକାର ଗଠନ ହେଲେ ସରକାରରେ ଆଦିବାସୀମାନଙ୍କୁ କହିବାକୁ ଅଧିକାର ମିଳିବ। ଆଦିବାସୀ ବିଧାୟକ ହୋଇପାରିବେ। ଗୁଜୁରାଟ ସରକାରରେ ଆଦିବାସୀଙ୍କୁ ଗୁରୁତ୍ବ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe