ଯଦି ଆମ ଆଗରୁ ତାଙ୍କୁ ପାଇଯାଅ, ହତ୍ୟା କରିବ: ହମାସ୍‌ ମୁଖ୍ୟଙ୍କୁ ହତ୍ୟା କରିବାକୁ ଗାଜାବାସୀଙ୍କୁ କହିଲା ଇସ୍ରାଏଲ୍‌

Advertisment
ଯଦି ଆମ ଆଗରୁ ତାଙ୍କୁ ପାଇଯାଅ, ହତ୍ୟା କରିବ: ହମାସ୍‌ ମୁଖ୍ୟଙ୍କୁ ହତ୍ୟା କରିବାକୁ ଗାଜାବାସୀଙ୍କୁ କହିଲା ଇସ୍ରାଏଲ୍‌

Image Courtesy of India Today

ଜେରୁଜେଲମ୍‌: ଗାଜାରେ ହମାସ୍‌ ଉପରେ ଇସ୍ରାଏଲ୍‌ର ପଦାତିକ ବାହିନୀ ଆକ୍ରମଣ ତୀବ୍ରତର କରିଥିବା ବେଳେ ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ୟୋଆବ୍‌ ଗାଲାଣ୍ଟ୍‌ ପାଲେଷ୍ଟାଇନ୍‌ବାସୀଙ୍କୁ କହିଛନ୍ତି, ଗାଜାସ୍ଥିତ ହମାସ୍‌ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟଙ୍କର ସନ୍ଧାନ ନେଇ ତାଙ୍କୁ ହତ୍ୟା କର।

ଗାଜା ହମାସ୍‌ ମୁଖ୍ୟ ୟାହ୍ୟା ସିନ୍‌ୱାର୍‌ଙ୍କୁ ହତ୍ୟା କରାଗଲେ ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧର ଶୀଘ୍ର ଅବସାନ ଘଟିବ।

ସୁଡ଼ଙ୍ଗ ମଧ୍ୟରୁ ବାହାରକୁ ଆସି ଆକ୍ରମଣ କରିବା ଲାଗି ହମାସ୍‌ ଆତଙ୍କବାଦୀମାନଙ୍କୁ ବାଧ୍ୟ କରିବା ଲାଗି ଇସ୍ରାଏଲୀ ସେନା ପଦାତିକ ବାହିନୀ ଓ କମାଣ ବ୍ୟବହାର କରୁଥିବା ବେଳେ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ବୋଲି ‘ଦି ଟାଇମ୍‌ସ୍‌ ଅଫ୍‌ ଇସ୍ରାଏଲ୍‌’ ରିପୋର୍ଟ କରିଛି।

publive-image Image Courtesy of Mint

ଗାଲାଣ୍ଟ୍‌ କହିଛନ୍ତି, ଇସ୍ରାଏଲୀ ସେନାର ଅନେକ ବାଟାଲିୟନ୍‌ ହମାସ ଆତଙ୍କବାଦୀଙ୍କ ମୁକାବିଲା କରୁଛନ୍ତି। ବିଶେଷକରି, ଗାଜା ସିଟିର ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ଚାଲିଛି।

ଗାଜା ହମାସ୍‌ ମୁଖ୍ୟ ୟାହ୍ୟା ସିନ୍‌ୱାର୍‌ଙ୍କୁ ଧରି ହତ୍ୟା କରିବାକୁ ପଡ଼ିବ। ତା’ ଆଗରୁ ଯଦି ଗାଜାବାସୀ ତାଙ୍କୁ ଧରିପକାନ୍ତି, ଯୁଦ୍ଧ ଅଳ୍ପ ଦିନରେ ଶେଷ ହୋଇଯିବ। ହମାସ୍‌ ସୀମାହୀନ। ଯୁଦ୍ଧ ଶେଷ ହୋଇଗଲେ ଆଉ ଗାଜା ପଟୁ ଇସ୍ରାଏଲ୍‌କୁ ବିପଦ ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe