ହନୁମାନ ଚାଳିଶା ପାଇଁ ୧୪ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ, ସାହସ ଅଛି ଯଦି ଉଦ୍ଧବ ଠାକରେ ମୋ ବିରୋଧରେ ଲଢ଼ନ୍ତୁ: ନବନୀତ୍ ରାଣା

ହନୁମାନ ଚାଳିଶା ପାଇଁ ୧୪ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ, ସାହସ ଅଛି ଯଦି ଉଦ୍ଧବ ଠାକରେ ମୋ ବିରୋଧରେ ଲଢ଼ନ୍ତୁ: ନବନୀତ୍ ରାଣା

ମୁମ୍ବାଇ: ହନୁମାନ ଚାଳିଶା ବିବାଦ ହେତୁ ଗିରଫ ହୋଇଥିବା ମହାରାଷ୍ଟ୍ରର ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ମେ’୪ରେ ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଜାମିନ ମିଳିବା ପରେ ଦୁହେଁ ମେ’ ୫ରେ ଜେଲରୁ ମୁକୁଳିଥିବା ବେଳେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏବେ ସେମାନେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ନବନୀତ ରାଣା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି।

ଡାକ୍ତରଖାନାରୁ ବାହାରିବା ପରେ ଗଣମାଧ୍ୟମକୁ ନବନୀତ୍ ରାଣା କହିଛନ୍ତି ଯେ, ହନୁମାନ ଚାଳିଶା ପଢ଼ିବା ପାଇଁ ମୁଁ ୧୪ ଦିନ କ’ଣ, ୧୪ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ ଅଛି। ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ରର ଯେକୌଣସି ସ୍ଥାନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆହ୍ବାନ କରୁଛି। ସେ ଯେଉଁ ଆସନରୁ ନିର୍ବାଚନ ଲଢ଼ିବେ, ମୁଁ ମଧ୍ୟ ସେହି ଆସନରୁ ନିର୍ବାଚନ ଲଢ଼ିବି। ଆଗାମୀ ସମୟରେ, ମହାରାଷ୍ଟ୍ରର ଲୋକମାନେ ଉଦ୍ଧବ ଠାକରେଙ୍କୁ ଜଣାଇାବ ଯେ, ଯେଉଁମାନେ ହନୁମାନଙ୍କ ନାଁ ଏବଂ ରାମଙ୍କ ନାଁ ନେଉଛନ୍ତି ସେମାନଙ୍କୁ ହଇରାଣ କଲେ ପରିଣାମ କ’ଣ ହୁଏ?

publive-image aajtak

ତେବେ କିଛି ସର୍ତ୍ତାବଳି ରାଣା ଦମ୍ପତିଙ୍କୁ ଜାମିନ ମିଳିଛି। ଜାମିନ ନିମନ୍ତେ ଅଦାଲତ ରଖିଥିବା ସର୍ତ୍ତାବଳିଗୁଡ଼ିକ ହେଉଛି: ଦମ୍ପତି ତଦନ୍ତକ୍ରିୟାରେ ବାଧା ଦେବେ ନାହିଁ କିଂବା ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ। ସେମାନେ ଏଭଳି କୌଣସି ଅପରାଧିକ ଘଟଣା ଘଟାଇବେ ନାହିଁ। ସେମିତି ହେଲେ ମଞ୍ଜୁର ‌ହୋଇଥିବା ଜାମିନ ଖାରଜ ହୋଇଯିବ। ପ୍ରତ୍ୟେକ ୫୦,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକା ଦାଖଲ କରିବେ। ଏହା ବ୍ୟତିରେକେ, ସେମାନେ ଗଣମାଧ୍ୟମକୁ କ‌ୌଣସି କଥା କହିବାରୁ ନିବୃତ୍ତ ରହିବେ।

ଅମରାବତୀର ସ୍ବାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ଏପ୍ରିଲ୍‌ ୨୩ ତାରିଖ ଦିନ ଖାର୍‌ ଥାନା ପୁଲିସ ଗିରଫ କରିଥି‌ଲା। ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ। ଏଥିଯୋଗୁଁ ସଦ୍‌ଭାବନା ଉଲ୍ଲଂଘନ ହେବା ଓ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe