‘ଯଦି ବଦଳି ଚାହୁଁଛ, ରାତିକ ପାଇଁ ସ୍ତ୍ରୀକୁ ପଠାଅ’! କନିଷ୍ଠ ଯନ୍ତ୍ରୀଙ୍କ ଦ୍ବାରା ନିର୍ଯାତିତ ଲାଇନମ୍ୟାନଙ୍କ ଆତ୍ମହତ୍ୟା

Advertisment
‘ଯଦି ବଦଳି ଚାହୁଁଛ, ରାତିକ ପାଇଁ ସ୍ତ୍ରୀକୁ ପଠାଅ’! କନିଷ୍ଠ ଯନ୍ତ୍ରୀଙ୍କ ଦ୍ବାରା ନିର୍ଯାତିତ ଲାଇନମ୍ୟାନଙ୍କ ଆତ୍ମହତ୍ୟା

The Hans India

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଶକ୍ତି ବିଭାଗର ଗୋକୁଲ ପ୍ରସାଦ ନାମକ ଜଣେ ୪୫ ବର୍ଷୀୟ ଲାଇନମ୍ୟାନ ଉପରିସ୍ଥ ଅଧିକାରୀଙ୍କ ଅନୈତିକ ଆଦେଶକୁ ନେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଅଭିଯୁକ୍ତ ଜୁନିୟର ଇଂଜିନିୟରଙ୍କ କାର୍ଯ୍ୟାଳୟ ଆଗରେ ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିବା ବେଳେ ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ କନିଷ୍ଠ ଯନ୍ତ୍ରୀ ନଗେନ୍ଦ୍ର କୁମାର ଓ ଜଣେ କିରାଣିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇ ଏକ ପୁଲିସ କେସ୍ ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, ଗୋକୁଲ ପ୍ରସାଦ ପୋଡ଼ିହୋଇ ଅତିଶୟ ଯନ୍ତ୍ରଣାରେ ଥିବା ବେଳେ ଏପରି ପଦକ୍ଷେପ ନେବାର କାରଣ ସମ୍ବନ୍ଧରେ କହିଥିଲେ ଯେ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ସହଯୋଗୀ ତାଙ୍କୁ ନାନା ପ୍ରକାର ହଇରାଣ ହରକତ କରୁଥିଲେ। ଏ ବାବଦରେ ସେ ପୁଲିସର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୁଲିସ କିଛି ଶୁଣି ନ ଥିଲା। ଅପରପକ୍ଷେ ତାଙ୍କ ସ୍ତ୍ରୀ କହିଛନ୍ତି ଯେ, ଗତ ତିନିବର୍ଷ ହେଲା ତାଙ୍କ ସ୍ବାମୀଙ୍କୁ ହଇରାଣ କରାଯାଉଥିଲା। ଏଥିରେ ତାଙ୍କର ମାନସିକ ଚାପ ବଢ଼ିଯାଇଥିଲା ଏବଂ ସେ ଅବସାଦଗ୍ରସ୍ତ ହୋଇ ଏଥିପାଇଁ ଔଷଧ ଖାଉଥିଲେ। ତଥାପି ସେମାନେ ତାଙ୍କୁ ଛାଡ଼ି ନ ଥିଲେ। ତାଙ୍କୁ ଆଲିଗଞ୍ଜ ବଦଳି କରାଯାଇଥିଲା, ଯେଉଁଠିକି ଯିବା ଆସିବା କରିବାରେ ବହୁତ ଅସୁବିଧା ହେଉଥିଲା। ତେଣୁ ସେ ଘର ପାଖକୁ ବଦଳି ହେବା ପାଇଁ ଆବେଦନ କରିଥିଲେ। କିନ୍ତୁ କନିଷ୍ଠ ଯନ୍ତ୍ରୀ କହିଲେ- ଯଦି ବଦଳି ଚାହୁଁଛ, ତେବେ ତୁମ ସ୍ତ୍ରୀକୁ ରାତିକ ପାଇଁ ପଠାଅ। ବରିଷ୍ଠ ପୁଲିସ ଅଧିକାରୀ ସଞ୍ଜୀବ ସୁମନ କହିଛନ୍ତି ଯେ ଉକ୍ତ ଲାଇନମ୍ୟାନଙ୍କୁ କନିଷ୍ଠ ଯନ୍ତ୍ରୀ ବଦଳି ପାଇଁ ଟଙ୍କା ମାଗୁଥିଲେ ଓ ଅଶାଳୀନ କଥା କହୁଥିଲେ। ଏ ବାବଦରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଛି ଏବଂ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe