ଦଳରେ ପରିବର୍ତ୍ତନ ଚାହୁଥିଲେ ମୋତେ ଭୋଟ୍‌ ଦିଅ: ଥରୁର

Advertisment
ଏନ୍‌ସିପିରେ ଯୋଗ ଦେବା ଖବରକୁ ଥରୁରଙ୍କ ଖଣ୍ଡନ

India Today

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ସଭାପତି ନିର୍ବାଚିତ ହେଲେ ଦଳରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ଶଶି ଥରୁର ପରୋକ୍ଷରେ ଚେତାଇ ଦେଇଛନ୍ତି । ଶୁକ୍ରବାର ଦିନ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାପରେ ଥରୁର କହିଛନ୍ତି , ଦଳ ଏବେ ଯେମିତି ସ୍ଥିତିରେ ଅଛି ଯଦି ସେମିତି ସ୍ଥିତି ବଜାୟ ରଖିବାକୁ ଚାହୁଛନ୍ତି, ତେବେ ଖଡ଼ଗେଙ୍କୁ ଭୋଟ୍‌ ଦିଅ। ଯଦି ଦଳ‌ରେ କିଛି ପରିବର୍ତ୍ତନ ଏବଂ ପ୍ରଗତି ଚାହୁଛନ୍ତି ତା’ହେଲେ ମତେ ସମର୍ଥନ କରିବା ଆବଶ୍ୟକ।

ଥରୁର କହିଛନ୍ତି, ରାଜ୍ୟସଭାରେ ବିରୋଧୀ ଦଳ ନେତା ଖଡ଼ଗେଙ୍କ ପ୍ରତି ଗାନ୍ଧି ପରିବାରର ସମର୍ଥନ ଥିବା କୁହାଯାଉଛି। ଖଡ଼ଗେଙ୍କୁ ମୁଁ ଅସମ୍ମାନ କରୁନି। ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ କାହାକୁ ପ୍ରାର୍ଥୀ କରାଯାଇନି। ନିର୍ବାଚନ‌ରେ ଗାନ୍ଧି ପରିବାର ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ଭୂମିକା ନିର୍ବାହ କରିବେ ବୋଲି ସୋନିଆ କହିଛନ୍ତି। ତେଣୁ ଏହି କାରଣ ପାଇଁ ମୁଁ ନିର୍ବାଚନରେ ପ୍ରାର୍ଥୀ ହୋଇଛି ବୋଲି ଥରୁର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe