ଛାତରୁ ଡେଇଁ ଆତ୍ମହତ୍ୟା କଲେ ଆଇଏଫଏସ୍ ଅଫିସର

ifs

ନୂଆଦିଲ୍ଲୀ: କୋଠାରୁ ଡେଇଁ ଆତ୍ମହତ୍ୟା କଲେ ଆଇଏଫଏସ୍ ଅଫିସର । ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ । ଦିଲ୍ଲୀ ଚାଣକ୍ୟପୁରୀ ଅଞ୍ଚଳରେ ରହୁଥିବା ଜଣେ ଆଇଏଫଏସ୍ ଅଧିକାରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୬ଟାରେ ବିଲ୍ଡିଂରୁ ଡିଆଁମାରି ଅଧିକାରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାଁ ଜିତେନ୍ଦ୍ର ରାୱତ, ସେ ଗତ କିଛି ଦିନ ହେବ ଡିପ୍ରେସନରେ ଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିଲା । ଘଟଣା ବେଳେ ଘରେ ମାଆ ଥିଲେ । ତାଙ୍କ ପତ୍ନୀ ଓ ପିଲା ଡେରାଡୁନରେ ରୁହନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe