ଇଫ୍‌ତାର ବୟାନ ନେଇ ନୀତୀଶ କ୍ଷୁବ୍ଧ:ଗିରିରାଜଙ୍କ ଭଳି ଲୋକଙ୍କ କୌଣସି ଧର୍ମ ନାହିଁ

Advertisment
ଇଫ୍‌ତାର ବୟାନ ନେଇ ନୀତୀଶ କ୍ଷୁବ୍ଧ:ଗିରିରାଜଙ୍କ ଭଳି ଲୋକଙ୍କ କୌଣସି ଧର୍ମ ନାହିଁ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଆଜି ପୁଣି କଡ଼ା ସମାଲୋଚନା କରିଛନ୍ତି। ଗିରିରାଜଙ୍କ ଭଳି ଅନାବଶ୍ୟକ ଟିପ୍ପଣୀ କରୁଥିବା ଲୋକଙ୍କର କୌଣସି ଧର୍ମ ନାହିଁ ବୋଲି ନୀତୀଶ କହିଛନ୍ତି। ପାଟନାରେ ନୀତୀଶଙ୍କ ଇଫ୍‌ତାର ପାର୍ଟିକୁ କଟାକ୍ଷ କରି ଗିରିରାଜ ଟ୍ବିଟ୍‌ କରି କହିଥିଲେ-‘କେତେ ଭଲ ହୋଇଥାନ୍ତା, ଯଦି ନବରାତ୍ରରେ ମଧ୍ୟ ଏମାନେ ଉପବାସ ରଖନ୍ତେ।’ ଗିରିରାଜଙ୍କ ଏହି ବୟାନକୁ ନେଇ ବିଜେପି-ଜେଡିୟୁ ମଧ୍ୟରେ ଫାଟ ବଢ଼ିଥିବା ବେଳେ ଆଜି ପୁଣି ନୀତୀଶ ଗିରିରାଜଙ୍କୁ ସମାଲୋଚନା କରିବା ପରେ ମାମଲା ସରଗରମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe