ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ଅଣଦେଖା: ଗାଜାରେ ଆକ୍ରମଣ ଜାରି, ୬ ମୃତ

ଇସ୍ରାଏଲ ଗାଜାରେ ଶନିବାର ପୁଣି ପ୍ରଚଣ୍ଡ ଆକ୍ରମଣ କରିଛି ଏବଂ  ୨୦ରୁ ଅଧିକ କୋଠା ଧୂଳିସାତ୍‌ ହୋଇଯାଇଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହମାସ ଶାନ୍ତି ପ୍ରସ୍ତାବ ମାନିବା ପାଇଁ ପ୍ରସ୍ତୁତ ଅଛି ବୋଲି ଦର୍ଶାଇ ବୋମାବର୍ଷା ବନ୍ଦ କରିବାକୁ ଆମେରିକା....

gaza

ନୂଆଦିଲ୍ଲୀ: ଇସ୍ରାଏଲ ଗାଜାରେ ଶନିବାର ପୁଣି ପ୍ରଚଣ୍ଡ ଆକ୍ରମଣ କରିଛି ଏବଂ  ୨୦ରୁ ଅଧିକ କୋଠା ଧୂଳିସାତ୍‌ ହୋଇଯାଇଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହମାସ ଶାନ୍ତି ପ୍ରସ୍ତାବ ମାନିବା ପାଇଁ ପ୍ରସ୍ତୁତ ଅଛି ବୋଲି ଦର୍ଶାଇ ବୋମାବର୍ଷା ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶର ମାତ୍ର କିଛି ଘଣ୍ଟା ପରେ ଇସ୍ରାଏଲ ଗାଜା ଉପରେ ଏଭଳି ଆକ୍ରମଣ କରିଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଗାଜା ସହରରେ ଇସ୍ରାଏଲର ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦକ୍ଷିଣ ଗାଜାର ଖାନ୍‌ ୟୁନିସରେ ଅନ୍ୟ ଏକ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

ଏହି ଅଂଚଳରେ ବ୍ୟାପକ ଧ୍ବଂସଲୀଳା ଯୋଗୁଁ ଆତଙ୍କିତ ଲୋକେ ଅନ୍ୟତ୍ର ପଳାୟନ କରିଛନ୍ତି। ହମାସ ଟ୍ରମ୍ପଙ୍କ ଗାଜା ‌ଯୋଜନାର ପ୍ରଥମ ପର୍ଯ୍ୟାୟ (ଯେଉଁଥିରେ ଇସ୍ରାଏଲୀ ପଣପନ୍ଦୀଙ୍କୁ ହମାସ୍‌ ମୁକ୍ତ କରିବା ଅନ୍ତର୍ଭୁକ୍ତ) କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ଅଛି ବୋଲି  ଘୋଷଣା ହେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଛି। ଏହାପରେ ଇସ୍ରାଏଲ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ଯେ ଦେଶର ରାଜନୈତିକ ନେତୃବୃନ୍ଦ ସେନାକୁ ଅପରେସନ୍‌ ମନ୍ଥର କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe