ଦାଉ ସାଧିଲା ଦୈବ : ହେଲିକପ୍ଟର ପବନରେ ଉଡ଼ିଗଲା ବନ୍ୟା ପ୍ରପୀଡ଼ିତ ବୃଦ୍ଧାଙ୍କ ଉପାର୍ଜିତ ସମସ୍ତ ସଞ୍ଚିତ ଟଙ୍କା

ଦାଉ ସାଧିଲା ଦୈବ : ହେଲିକପ୍ଟର ପବନରେ ଉଡ଼ିଗଲା ବନ୍ୟା ପ୍ରପୀଡ଼ିତ  ବୃଦ୍ଧାଙ୍କ ଉପାର୍ଜିତ ସମସ୍ତ ସଞ୍ଚିତ ଟଙ୍କା

ବିହାର: ବିହାରରେ ବନ୍ୟା ପରିସ୍ଥିତି ହେତୁ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ୁଛି। ଏପରି ପରିସ୍ଥିତିରେ ଯଦି କୌଣସି ଗରିବ ଲୋକର ଉପାର୍ଜିତ ଟଙ୍କା ନଷ୍ଟ ହୋଇଯାଏ ତେବେ ତାଙ୍କ ଉପରେ କ’ଣ ବିତିବ ତାହା ଅନୁମାନ କରାଯାଇପାରୁଛି। ଏମିତି ଏକ ଘଟଣା ଗୋପାଳଗଞ୍ଜରେ ବସବାସ କରୁଥିବା ବୃଦ୍ଧ ଶିବଜୀ ଚୌଧୁରୀଙ୍କ ସହ ଘଟିଛି। ଶିବଜୀଙ୍କ ୨୫ ହଜାର ଟଙ୍କା ହେଲିକପ୍ଟର ପବନରେ ଏଣେତେଣେ ଉଡ଼ି ଯାଇଥିବା ଏକ ଖବର ସାମ୍ନାକୁ ଆସିଛି।

राहत सामग्री लेकर पहुंचा हेलिकॉप्टर, हवा से उड़ गए बुजुर्ग के 25 हजार

ଏଭଳି ଏକ ଘଟଣା ଗୋପାଳଗଞ୍ଜର ବରୋଲି ନେଉରୀ ଗ୍ରାମରେ ଘଟିଥିବା ଜଣାପଡ଼ିଛି। ବନ୍ୟା ଯୋଗୁଁ ଲୋକମାନେ ଏକ କେନାଲ କୂଳରେ ଆଶ୍ରୟ ନେଇଥାଆନ୍ତି । ବନ୍ୟା ପାଇଁ ଘର ଛାଡ଼ି ଆସିଥିବା ହେତୁ ଶିବଜୀ ଚୌଧୁରୀ ସାଥୀରେ ତାଙ୍କ ଉପାର୍ଜିତ ସମସ୍ତ ଟଙ୍କାକୁ ଆଣି ଏକ ଥଳିରେ ସାଇତି ଥିଲେ। ଏହି ଥଳିକୁ ସେ ଏକ ଛତା ତଳେ ସମସ୍ତଙ୍କ ନଜରରୁ ଲୁଚାଇ ରଖିଥିଲେ। ଏହି ସମୟରେ ବନ୍ୟା ପ୍ରପୀଡିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ଘଟଣାସ୍ଥଳରେ ଏକ ହେଲିକପ୍ଟର ଆସି ପହଞ୍ଚିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ହେଲିକପ୍ଟରର ପବନର ବେଗରେ ବୃଦ୍ଧ ଶିବଜୀଙ୍କ ଟଙ୍କା ଭର୍ତ୍ତି ଥଳି ସହିତ ତାଙ୍କ ଛତା କେଉଁଆଡେ ଉଡ଼ି ଚାଲି ଯାଇଥିଲା।

ଶିବଜୀ ଚୌଧୁରୀ ଏହି ଟଙ୍କା ତାଙ୍କର ମଇଁଷି ବିକ୍ରି କରି ବହୁତ କଷ୍ଟରେ ଏକାଠି କରି ରଖିଥିଲେ ବୋଲି କହିଛନ୍ତି। ଏହି ଟଙ୍କା ଥଳି ଉଡ଼ି ଯିବା ପରେ ତାଙ୍କ ପାଖରେ ଏବେ ଟଙ୍କା ଟିଏବି ନାହିଁ। ଏହି ଘଟଣା ପରେ ସେ କାନ୍ଦି ଚାଲିଛନ୍ତି। ଯାହାଫଳରେ ତାଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିଛି। ବୃଦ୍ଧଙ୍କ  ଟଙ୍କା ଉଡ଼ିଯିବା ଖବର ପାଇବା ପରେ ସ୍ଥାନୀୟଲୋକ ଅନେକ ଖୋଜାଖୋଜି କରିଥିଲେ କିନ୍ତୁ କେହି ଟଙ୍କାଟିଏବି ପାଇ ନ ଥିଲେ।

राहत सामग्री लेकर पहुंचा हेलिकॉप्टर, हवा से उड़ गए बुजुर्ग के 25 हजार

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବିଧାୟକ ମହମ୍ମଦ ନେମତୁଲା ଘଟଣାସ୍ଥଳରେ ପହଞ୍ଚି ଆଶ୍ୱସନା ଦେଇ ଶିବଜୀଙ୍କୁ ୪୦୦ ଟଙ୍କା ଦେଇଥିଲେ। କିନ୍ତୁ ବୃଦ୍ଧ ଜଣକ ବିଧାୟକଙ୍କ ଠାରୁ ଗୋଟିଏ ହେଲେ ବି ଟଙ୍କା ଗ୍ରହଣ କରିବେ ନାହିଁ ବୋଲି ମନା କରି ଦେଇଥିଲେ। ସେ କାହାରି କିଛି କଥା ନ ଶୁଣି ବିକଳ ହୋଇ ତାଙ୍କର ସେହି ଟଙ୍କା ଥଳିକୁ ଏଣେତେଣେ ଖୋଜି ଚାଲିଥିଲେ।

ବିହାରରେ ବନ୍ୟା ଓ ବର୍ଷା ଯୋଗୁଁ ଲୋକମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ବନ୍ୟା ହେତୁ ଅନେକ ଲୋକ ପ୍ରାଣ ହରାଇବା ସହିତ କେତେକ ଘର ମଧ୍ୟ ନଷ୍ଟ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଲୋକଙ୍କୁ ରିଲିଫ ସାମଗ୍ରୀ ବିତରଣ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe