ଦୁବାଇରେ ଖୋଲିବ ଆଇଆଇଏମ ଅହମ୍ମଦାବାଦର ପ୍ରଥମ ଅନ୍ତର୍ଜାତୀୟ କ୍ୟାମ୍ପସ୍

ଭାରତର ପ୍ରତିଷ୍ଠିତ ମ୍ୟାଟନେଜମେଣ୍ଟ ଶିକ୍ଷାନୁଷ୍ଠାନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍, ଅହମ୍ମଦାବାଦ ଏକ ବଡ଼ ପଦକ୍ଷେପ ନେଇ ଏହାର ପ୍ରଥମ ଅନ୍ତର୍ଜାତୀୟ କ୍ୟାମ୍ପସ୍ ଘୋଷଣା କରିଛି। ଏହି କ୍ୟାମ୍ପସ ଦୁବାଇ ଇଣ୍ଟରନ୍ୟାସନାଲ ଏକାଡେମିକ୍ ସିଟିରେ ନିର୍ମିତ ହେବ।

iim

ଅହମ୍ମଦାବାଦ : ଭାରତର ପ୍ରତିଷ୍ଠିତ ମ୍ୟାଟନେଜମେଣ୍ଟ ଶିକ୍ଷାନୁଷ୍ଠାନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍, ଅହମ୍ମଦାବାଦ (ଆଇଆଇଏମ ଅହମ୍ମଦାବାଦ) ଏକ ବଡ଼ ପଦକ୍ଷେପ ନେଇ ଏହାର ପ୍ରଥମ ଅନ୍ତର୍ଜାତୀୟ କ୍ୟାମ୍ପସ୍ ଘୋଷଣା କରିଛି। ଏହି କ୍ୟାମ୍ପସ ଦୁବାଇ ଇଣ୍ଟରନ୍ୟାସନାଲ ଏକାଡେମିକ୍ ସିଟିରେ ନିର୍ମିତ ହେବ। ଏ ସମ୍ପର୍କରେ, ୟୁଏଇ ସରକାର ଏବଂ ଆଇଆଇଏମ-ଏ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦୁବାଇର ଯୁବରାଜ ଶେଖ୍ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକତୁମଙ୍କ ମଧ୍ୟରେ ହୋଇଥିବା ସମ୍ପ୍ରତି ସାକ୍ଷାତ ସମୟରେ ଏହି ଐତିହାସିକ ପଦକ୍ଷେପ ନିଆଯାଇଛି।

ଏହି ବୁଝାମଣାପତ୍ରରେ ଆଇଆଇଏମ ଅହମ୍ମଦାବାଦର ନିର୍ଦ୍ଦେଶକ ପ୍ରଫେସର ଭାରତ ଭାସ୍କର ଏବଂ ଦୁବାଇର ଅର୍ଥନୀତି ଏବଂ ପର୍ଯ୍ୟଟନ ବିଭାଗର ମହାନିର୍ଦ୍ଦେଶକ ହେଲାଲ ସଇଦ ଆଲମାରି ସ୍ୱାକ୍ଷର କରିଥିଲେ। ଏହି କ୍ୟାମ୍ପସ ପ୍ରତିଷ୍ଠା ଭାରତ ଏବଂ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ସହଭାଗୀତାକୁ ନୂତନ ଶକ୍ତି ଦେବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏହି ସୂଚନା ସେୟାର କରି ଆଇଆଇଏମ-ଏ ଲେଖିଛି, "ଆମେ ଆମର ଆନ୍ତର୍ଜାତୀୟ ଉପସ୍ଥିତିକୁ ବିସ୍ତାର କରିବାକୁ ଅତ୍ୟନ୍ତ ଉତ୍ସାହିତ। ଆଇଆଇଏମ ଅହମ୍ମଦାବାଦର ନୂତନ ଆନ୍ତର୍ଜାତୀୟ କ୍ୟାମ୍ପସ୍ ଦୁବାଇ ଇଣ୍ଟରନ୍ୟାସନାଲ ଏକାଡେମିକ୍ ସିଟିରେ ପ୍ରତିଷ୍ଠିତ ହେବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe