ଆଇଆଇଏମସିରେ ଓଡିଆ ସାମ୍ବାଦିକତା ପ୍ରବେଶିକା ପରୀକ୍ଷା ଅଗଷ୍ଟ ୪ରେ

Advertisment
ଆଇଆଇଏମସିରେ ଓଡିଆ ସାମ୍ବାଦିକତା ପ୍ରବେଶିକା ପରୀକ୍ଷା ଅଗଷ୍ଟ ୪ରେ

Collegedunia

ନୂଆଦିଲ୍ଲୀ : ଢେଙ୍କାନାଳଠାରେ ଥିବା ଜାତୀୟ ସ୍ତରର ଗଣମାଧ୍ୟମ ଶିକ୍ଷା ପ୍ରତିଷ୍ଠାନ ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମସି)ରେ ଓଡ଼ିଆ ସାମ୍ବାଦିକତାରେ ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି। ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ଛାତ୍ରଛାତ୍ରୀମାନେ ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତା ମାସ ୪ ତାରିଖରେ ଏହାର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ହୋଇଥିବା ଦରକାର। ଯେଉଁମାନେ ଚଳିତ ବର୍ଷ ସ୍ନାତକ ଶ୍ରେଣୀ ପରୀକ୍ଷା ଦେଇଛନ୍ତି, ସେମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ଆବେଦନର ବୟସ ସୀମା ସର୍ବାଧିକ ୨୫ ବର୍ଷ ହୋଇଥିବା ବେଳେ ସଂରକ୍ଷିତ ବର୍ଗଙ୍କ ନିମନ୍ତେ ସରକାରୀ ନିୟମ ଅନୁସାରେ ବୟସ କୋହଳ କରାଯାଇଛି। ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ମୋଟ ୨୫ଟି ସିଟ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe