ସ୍ନାତକ ପରେ ସିଧା ପିଏଚ୍‌ଡି କରିବାକୁ ଅନୁମତି ଦେଲା ଆଇଆଇଏମ୍‌ଏସ୍‌

Advertisment
ସ୍ନାତକ ପରେ ସିଧା ପିଏଚ୍‌ଡି କରିବାକୁ ଅନୁମତି ଦେଲା ଆଇଆଇଏମ୍‌ଏସ୍‌

ନୂଆଦିଲ୍ଲୀ: ୪ ବର୍ଷିଆ ସ୍ନାତକ ଡିଗ୍ରି ବା ପ୍ରଫେସ୍‌ନାଲ୍‌ କୋର୍ସ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସିଧା ପିଏଚ୍‌ଡି ପ୍ରୋଗ୍ରାମ୍‌ରେ ନାମ ଲେଖାଇବାକୁ ସୁଯୋଗ ଦେବା ପାଇଁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌କୁ (ଆଇଆଇଏମ୍‌ଏସ୍‌) ମାନବ ସମ୍ବଳ ବିଭାଗ ଅନୁମତି ଦେବାର ସମ୍ଭାବନା ରହିଛି।

ଏ ସଂକ୍ରାନ୍ତରେ କେତେଗୁଡ଼ିଏ ‘ଆଇଆଇଏମ୍‌ସ୍‌’ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆଇଆଇଏମ୍‌- ବାଙ୍ଗାଲୋର୍‌ର ନିର୍ଦେଶକ ଜି ରଘୁରାମ କହନ୍ତି: ଏଭଳି ଛାତ୍ରଛାତ୍ରୀମାନଙ୍କୁ ଆମେ ନାଁ ଲେଖାଇବାକୁ ଅନୁମତି ଦେଇଥିଲେ ମଧ୍ୟ ସେମାନଙ୍କୁ ପିଏଚ୍‌ଡି ଡିଗ୍ରୀ ଦେବାକୁ ଅସମର୍ଥ ହେଉଛୁ। ସେମାନଙ୍କୁ ଡିଗ୍ରି ଦେବା ନିମନ୍ତେ ସରକାର ଆମକୁ ଅନୁମତି ଦେବା ଉଚିତ।

କିନ୍ତୁ, ସ୍ନାତକୋତ୍ତର କିଂବା ତତୁଲ୍ୟ ଡିଗ୍ରିଧାରୀ ସ୍କୋଲାରଙ୍କ ନିମନ୍ତେ ଆଇ ଆଇ ଟି- ଦିଲ୍ଲୀ ପିଏଚ୍‌ଡି ଡିଗ୍ରି କରିବା ପାଇଁ ସର୍ବନିମ୍ନ ସମୟ ସୀମା ତିନି ବର୍ଷ ବୋଲି ଧାର୍ଯ୍ୟ କରିଛି।

ଅନୁମତି ମିଳିଲେ ଦେଶରେ ଥିବା ୨୦ଟି ଆଇ ଆଇ ଏମ୍‌ସ୍‌ ଉପକୃତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe