ଗଞ୍ଜେଇ ମିଳିବା ପରେ ‘ଆଇଆଇଟି ବାବା’ଙ୍କ ପ୍ରତିକ୍ରିୟା

‘ଆଇଆଇଟି ବାବା’ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋତେ ଗିରଫ କରାଯିବା ଓ ମୁଁ ଜୀବନ ହାରିବା ନେଇ ଯେଉଁ ଖବର ପ୍ରଚାର କରାଯାଉଛି ସେଥିରେ କୌଣସି ସତ୍ୟତା ନାହିଁ। ଅଯଥାରେ ମୋ ନାମରେ ଗୁଜବ ପ୍ରଚାର ହେଉଛି।

SFGT

ଜୟପୁର: ପ୍ରୟାଗରାଜ ମହାକୁମ୍ଭ ସମୟରେ ଚର୍ଚ୍ଚାକୁ ଆସିଥିବା ‘ଆଇଆଇଟି ବାବା’ଙ୍କ ନିକଟରୁ ନିକଟରେ ବେଆଇନ ଗଞ୍ଜେଇ ଜବତ ହେବା ସହିତ ଏନଡିପିଏସ ଆକ୍ଟର ଆଧାରରେ ମାମଲା ରୁଜୁ ହୋଇଥିଲା। କିନ୍ତୁ କିଛି ସମୟ ପରେ ‘ଆଇଆଇଟି ବାବା’ଙ୍କୁ ଜାମିନ ମିଳି ଯାଇଥିଲା। କାରଣ ତାଙ୍କ ପାଖରୁ ଜବତ ହୋଇଥିବା ଗଞ୍ଜେଇର ପରିମାଣ ଖୁବ କମ ଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି।

କେହିଜଣେ ଫୋନ୍‌ କରି ଅଭିଯୋଗ କରିଥିଲେ ଯେ ବାବା ରିଦ୍ଧିସିଦ୍ଧି ଅଞ୍ଚଳର ଏକ ହୋଟେଲ୍‌ରେ ରହୁଛନ୍ତି ଓ ସେଠାରେ ଗଡ଼ବଡ଼ ସୃଷ୍ଟି କରୁଛନ୍ତି। ଏପରିକି ବାବା ଆତ୍ମହତ୍ୟା ଉଦ୍ୟମ କରୁଥିବା  ପୁଲିସକୁ ସୂଚନା ମିଳିଥିଲା। 

ପୁଲିସ ଏହି ସୂଚନା ପାଇବା ପରେ ‌ହୋଟେଲରେ ପହଞ୍ଚି ‘ଆଇଆଇଟି ବାବା’ଙ୍କୁ ପଚରାଉଚରା କରି ହେପାଜତକୁ ନେଇଥିଲା। 

ଏହି ଘଟଣାକୁ ନେଇ ‘ଆଇଆଇଟି ବାବା’ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋତେ ଗିରଫ କରାଯିବା ଓ ମୁଁ ଜୀବନ ହାରିବା ନେଇ ଯେଉଁ ଖବର ପ୍ରଚାର କରାଯାଉଛି ସେଥିରେ କୌଣସି ସତ୍ୟତା ନାହିଁ। ଅଯଥାରେ ମୋ ନାମରେ ଗୁଜବ ପ୍ରଚାର ହେଉଛି।

 ମୋ ପାଖରୁ ଗଞ୍ଜେଇ ମିଳିବା ପରେ ମାମଲା ରୁଜୁ ହୋଇଥିଲା। ପରେ ମୋତେ ଜାମିନ ମିଳି ଯାଇଥିଲା। ମୋ ପାଖରୁ ମିଳିଥିଲା ଗଞ୍ଜେଇ ମୋ ପାଇଁ ପ୍ରସାଦ। ମୁଁ ଜଣେ ଅଘୋରି ବାବା। ତେଣୁ ପରମ୍ପରା ଅନୁଯାୟୀ ଗଞ୍ଜେଇ ସେବନ କରିଥାଏ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe