ଟିଭି ବିତର୍କକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ଆଣିଲେ ଆଇଆଇଟି ବାବା

Advertisment

ମହାକୁମ୍ଭରେ ଚର୍ଚ୍ଚାରେ ରହିଥିବା ଆଇଆଇଟି ବାବାଙ୍କୁ ନେଇ ଖବର ଥମିବା ନାଁ ନେଉନି। ‘ଆଇଆଇଟି ବାବା’ ଓରଫ ଅଭୟ ସିଂହ ମହାକୁମ୍ଭରେ ଲୋକପ୍ରିୟ ହୋଇଥିଲେ। ସେ ଏବେ ଏକ ଅଭିଯୋଗ ଆଣିଛନ୍ତି।

ମହାକୁମ୍ଭରେ ଚର୍ଚ୍ଚାରେ ରହିଥିବା ଆଇଆଇଟି ବାବାଙ୍କୁ ନେଇ ଖବର ଥମିବା ନାଁ ନେଉନି। ‘ଆଇଆଇଟି ବାବା’ ଓରଫ ଅଭୟ ସିଂହ ମହାକୁମ୍ଭରେ ଲୋକପ୍ରିୟ ହୋଇଥିଲେ। ସେ ଏବେ ଏକ ଅଭିଯୋଗ ଆଣିଛନ୍ତି।

IIT baba

ନୋଏଡା: ମହାକୁମ୍ଭରେ ଚର୍ଚ୍ଚାରେ ରହିଥିବା ଆଇଆଇଟି ବାବାଙ୍କୁ ନେଇ ଖବର ଥମିବା ନାଁ ନେଉନି। ‘ଆଇଆଇଟି ବାବା’ ଓରଫ ଅଭୟ ସିଂହ ମହାକୁମ୍ଭରେ ଲୋକପ୍ରିୟ ହୋଇଥିଲେ। ସେ ଏବେ ଏକ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ସେ ନୋଏଡାରେ ଏକ ଘରୋଇ ଚ୍ୟାନେଲର ଏକ ସମ୍ବାଦ ବିତର୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଛି। 

ସେ ପୁଲିସରେ ଅଭିଯୋଗ କରିଛନ୍ତି ଯେ କିଛି ଗେରୁଆ ପୋଷାକ ପିନ୍ଧିଥିବା ଲୋକ ନ୍ୟୁଜରୁମ ଭିତରକୁ ଆସି ତାଙ୍କ ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ ଏବଂ ତାଙ୍କୁ ବାଡ଼ିରେ ପିଟିଥିଲେ।

'ଆଇଆଇଟି ବାବା' ସେକ୍ଟର ୧୨୬ରେ ଆନ୍ଦୋଳନ କରି ପୁଲିସ ଆଉଟପୋଷ୍ଟ ବାହାରେ ବସିଥିଲେ। କିନ୍ତୁ, ପରେ ପୁଲିସ ତାଙ୍କୁ ବୁଝାଇବାରୁ ସେ ପ୍ରତିବାଦ ପ୍ରତ୍ୟାହାର କରିନେଇଥିଲେ।

ସେକ୍ଟର ୧୨୬ ପୁଲିସ ଷ୍ଟେସନର ଏସଏଚଓ ଭୂପେନ୍ଦ୍ର ସିଂହ କହିଛନ୍ତି ଯେ ସେ ବୁଝାଇବା ପରେ ବୁଝିଗଲେ ଏବଂ ଆଉ ଏବେ ଅଭିଯୋଗ ଦାଖଲ କରିନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe