ପ୍ରୟାଗରାଜ: ପ୍ରୟାଗରାଜରେ ହେଉଥିବା ମହାକୁମ୍ଭରେ ଆଇଆଇଟି ବାବା ଅର୍ଥାତ୍ ଅଭୟ ସିଂହଙ୍କ ବିଷୟରେ ବହୁତ ଆଲୋଚନା ହୋଇସାରିଛି। ଅଭୟ ସିଂହ ପ୍ରଥମେ ଆଇଆଇଟିରେ ପଢ଼ିଥିଲେ, ପରେ ସେ ଚାକିରି କରିବାକୁ ବିଦେଶ ଚାଲିଯାଇଥିଲେ। କିନ୍ତୁ ଏବେ ସେ ଧର୍ମ ପଥରେ ଅଛନ୍ତି। ଏବେ ଅଭୟ ସିଂହ ଇଣ୍ଟରନେଟରେ ଆଇଆଇଟି ବାବା ନାମରେ ପ୍ରସିଦ୍ଧ। ଆଇଆଇଟି ବାବାଙ୍କ ଜୀବନ ସହିତ, ତାଙ୍କର ବିଭିନ୍ନ ଦାବି ଉପରେ ବହୁତ ଆଲୋଚନା ହେଉଛି। ଚାଲିଥିବା ଚାମ୍ପିଅନ୍ସ ଟ୍ରଫିରେ ୨୩ ଫେବ୍ରୁଆରିରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ। ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଜିତିବ ବୋଲି କହିଥିଲେ ଆଇଆଇଟି ବାବା। ହେଲେ ତାହା ସତ ହୋଇନଥିଲା।
ଏବେ ଭବିଷ୍ୟବାଣୀ ସତ ନହେବାକୁ ନେଇ ବାବାଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ, "ଆମେ କେବଳ ଏହିପରି ଖେଳୁ। ଆମେ ନିଜ ପାଇଁ ଖେଳୁ। ଭବିଷ୍ୟବାଣୀରେ ବିଶ୍ୱାସ କରନାହିଁ। ନିଜର ମୁଣ୍ଡ ଖଟାଅ। ମୋ କଥାକୁ ଗମ୍ଭରତାର ସହ ନିଅ ନାହିଁ।"
ମ୍ୟାଚ୍ ପୂର୍ବରୁ ସେ କହିଥିଲେ,"ଏଥର ଭାରତ ଜିତିବ ନାହିଁ। ବିରାଟ କୋହଲି ବା ଅନ୍ୟ କ୍ରିକେଟର ଯେତେ ଚେଷ୍ଟା କଲେ ବି ୨୩ତାରିଖରେ ହେବାକୁ ଥିବା ମ୍ୟାଚ୍ ଜିତିପାରିବେ ନାହିଁ।" ତାଙ୍କର ଏଭଳି ବୟାନ ପାଇଁ ସେ ବିବାଦୀୟ ହୋଇପଡ଼ିଥିଲେ ।
Follow Us