ନବଜାତକମାନଙ୍କ ଜୀବନ ରକ୍ଷାକରିବ ‘ଭୁବନେଶ୍ବର-ଆଇଆଇଟି’ ନିର୍ମିତ ‘‌ପୋର୍ଟେବ୍ଲ୍‌ ଭେଣ୍ଟିଲେଟର୍‌’: ପ୍ରଧାନମନ୍ତ୍ରୀ ମୋଦୀ

ଭାରତୀୟ ସଂସ୍କୃତି ଓ ବିଶ୍ବାସ ବିଶ୍ବର ସବୁ ପ୍ରାନ୍ତରେ ସନ୍ତକ ରଖିଲାଣି: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Wikipedia

ନୂଆଦିଲ୍ଲୀ: ଚଳିତ ମାସରେ ୨୩ଟି ‘ଆଇଆଇଟି’ ସେମାନଙ୍କର ‘ରିସର୍ଚ ପ୍ରୋଜେକ୍ଟ୍‌’ ପ୍ରଦର୍ଶନ କରିବାକୁ ଆସିଥିଲେ। ନବଜାତକ ବା କୋଳଛୁଆଙ୍କ ପାଇଁ ‘ଆଇଆଇଟି-ଭୁବନେଶ୍ବର ଟିମ୍‌’ ଗୋଟାଏ ‘ପୋର୍ଟେବ୍ଲ୍‌ ଭେଣ୍ଟିଲେଟର୍‌’ ନିର୍ମାଣ କରିଛି। ଏହି ଭେଣ୍ଟିଲେଟର୍‌ ବ୍ୟାଟେରି ବଳରେ ଚାଲିପାରିବ। ଦୂରଦୂାନ୍ତର ଅଞ୍ଚଳରେ ଅପରିପକ୍ବ ନବଜାତକମାନଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରିହେବ ବୋଲି ଆଜି ‘ମନ୍‌ କୀ ବାତ୍‌’ର ୯୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଲାଲ୍‌ କିଲା ଉପରୁ ମୁଁ ‘ଜୟ ଅନୁସନ୍ଧାନ’ ପାଇଁ ଆହ୍ବାନ ଦେଇଥିଲି। ଚଳିତ ଦଶନ୍ଧିକୁ ‘ଟେକାଡେ ଅଫ୍‌ ଇଣ୍ଡିଆ’ କରିବା ବିଷୟରେ ମଧ୍ୟ ମୁଁ ଆଲୋଚନା କରିଥିଲି। ଆମ ‘ଆଇଆଇଟି’ର ଛାତ୍ରମାନେ ମଧ୍ୟ ଏହା ଉପରେ ପ୍ରାଧନ୍ୟ ଜାହିର କରିଛନ୍ତି।

publive-image Image Courtesy of Facebook

ମହାକାଶ ଅଭିଯାନ ସଫଳ ପ୍ରସଙ୍ଗ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ସେ ପୁରୁଣା ଦିନ କଥା ସବୁ ମନେଅଛି। ଭାରତକୁ ‘କ୍ରାୟୋଜେନିକ୍‌ ରକେଟ୍‌ ଟେକ୍ନୋଲୋଜି’ ଦେବାକୁ ଅଗ୍ରାହ୍ୟ କରାଯାଇଥିଲା। କିନ୍ତୁ, ଭାରତୀୟ ବୈଜ୍ଞାନିକମାନେ କେବଳ ସ୍ବଦେଶୀ ବୈଷୟିକ ବିଦ୍ୟା ବିକଶିତ କରିନାହାନ୍ତି, ବରଂ ଆଜି ଏହାଦ୍ବାରା ମହାକାଶକୁ ଏକକାଳୀନ ଅନେକଗୁଡ଼ିଏ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ କରୁଛନ୍ତି।

ଯୁବାମାନଙ୍କ ପାଇଁ ମହାକାଶ କ୍ଷେତ୍ର ଉନ୍ମୁକ୍ତ ହେବା ପରେ ଏହି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆରମ୍ଭ ହୋଇଛି। ଏହି କ୍ଷେତ୍ରରେ ‘ଷ୍ଟାର୍ଟ-ଅପ୍‌’ ନବ ଉଦ୍‌ଭାବନ ଓ ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରୁଛନ୍ତି।

ଛାତ୍ରଶକ୍ତି ଭାରତକୁ ଶକ୍ତିଶାଳୀ କରୁଛି କହି ପ୍ରଧାନମନ୍ତ୍ର କହିଛନ୍ତି, ଭାରତକୁ ଶକ୍ତିଶାଳୀ କରିବାର ଆଧାର ହେଉଛି ଛାତ୍ରଶକ୍ତି। ଆଜିର ଯୁବାମାନେ ହିଁ ଆଗାମୀ ବର୍ଷମାନଙ୍କରେ ଭାରତକୁ ନବ ଉତୁଙ୍ଗକୁ ନେଇଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe