କଶ୍ମୀର ସମସ୍ୟା ସମାଧନ ପିଟିସନ୍‌ ଦାଏର କରିଥିବା ‘ଆଇଆଇଟି’ ସ୍ନାତକଙ୍କୁ ୫୦ ହଜାର ଟଙ୍କା ଜରିମାନା କଲେ ସୁପ୍ରିମ୍‌ କୋର୍ଟ

Advertisment
କଶ୍ମୀର ସମସ୍ୟା ସମାଧନ ପିଟିସନ୍‌ ଦାଏର କରିଥିବା ‘ଆଇଆଇଟି’ ସ୍ନାତକଙ୍କୁ ୫୦ ହଜାର ଟଙ୍କା ଜରିମାନା କଲେ ସୁପ୍ରିମ୍‌ କୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: କଶ୍ମୀର ସମସ୍ୟାର ସମାଧାନ ନିମନ୍ତେ ମନମୋହନ-ମୁସାରଫ୍‌ଙ୍କ ୪ସୂତ୍ରୀ ସୂତ୍ର ଲାଗୁ କରାଇବା ନିମନ୍ତେ ପିଟିସନ୍‌ ଦାଏର କରିଥିବା ଜଣେ ‘ଆଇଆଇଟି’ ସ୍ନାତକଙ୍କ ଉପରେ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି।

ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ କହିଛନ୍ତି, କଶ୍ମୀର ସମସ୍ୟାର ସାମରିକ ସମାଧାନ କରାଯାଇ ପାରିବ ନାହିଁ ବୋଲି ଗୁରୁତ୍ବାରୋପ କରି ‘ଆଇଆଇଟି-ବମ୍ବେ’ର ପ୍ରଭାକର ଭେଙ୍କଟେଶ ଦେଶପାଣ୍ଡେ ଫାଇଲ୍‌ କରିଥିବା ପିଟିସନ୍‌କୁ ଖଣ୍ଡପୀଠ ଗ୍ରହଣ କରିବାକୁ ଆଗ୍ରହୀ ନୁହନ୍ତି।

ଏହି ପିଟିସନ୍‌ରେ ଦେଶପାଣ୍ଡେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ତଥାକଥିତ ସୂତ୍ର ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଏଥିରେ ଥିବା ୪ଟି ସୂତ୍ର ହେଉଛି, ସ୍ବୟଂଶାସନ, ମିଳିତ ନିୟନ୍ତ୍ରଣ, ନିରସ୍ତ୍ରୀକରଣ ଏବଂ ଅବାଧ ସୀମାନ୍ତ। ଏହି ଚାରିସୂତ୍ରରୁ ସୃଷ୍ଟ ଅନ୍ୟାନ୍ୟ ପ୍ରସଙ୍ଗରେ ଆବଶ୍ୟକସ୍ଥଳେ ସାଲିସ କରାଯିବ।

publive-image Image Courtesy of Madhyamam

ଖଣ୍ଡପୀଠ କହିଛନ୍ତି, ନୀତି ନିର୍ଦ୍ଧାରଣ କ୍ଷେତ୍ରକୁ ଅଦାଲତ ପ୍ରବେଶ କରିପାରିବ ନାହିଁ। ଏହାଛଡ଼ା, ଏହି ପିଟିସନ୍‌ ପ୍ରଚାର ସ୍ବାର୍ଥସର୍ବସ୍ବ ପରି ମନେହେଉଛି।

ପ୍ରାରମ୍ଭରେ ସତର୍କ କରାଇ ଖଣ୍ଡପୀଠ କହିଲେ, ଏଭଳି ପିଟିସନ୍‌ ଦେଇ ଅଦାଲତର ସମୟ ଅପଚୟ କରୁଥିବାରୁ ଅଦାଲତ ଆବେଦନକାରୀଙ୍କ ଉପରେ ଜରିମାନା କରିବେ।

ଆବେଦନକାରୀଙ୍କ ତରଫରୁ ଆଡ୍‌ଭୋକେଟ୍‌ ଅରୂପ ବାନାର୍ଜୀ କହିଲେ, କଶ୍ମୀର ଲାଗି ବିଗତ ୭୦ ବ‌ର୍ଷ ହେବ ଦଶେ ପାକିସ୍ତାନ ସହିତ ଅଢ଼େଇଟି ଯୁଦ୍ଧ କରିଛି। କିନ୍ତୁ, ସମାଧାନର ମାର୍ଗ ବାହାରିନାହିଁ।

ଖଣ୍ଡପୀଠ ଅଳ୍ପ ସମୟ ପାଇଁ ଆଡ୍‌ଭୋକେଟ୍‌ଙ୍କ କଥା ଶୁଣିବା ପରେ ଆବେଦନକାରୀଙ୍କ ଉପରେ ୫୦,୦୦୦ ଟଙ୍କା ଜରିମାନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe