କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟତା କରିବାକୁ ଗୌହାଟି ଆଇଆଇଟି ନିର୍ମାଣ କଲା ରୋବୋର୍ଟ

Advertisment
କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟତା କରିବାକୁ ଗୌହାଟି ଆଇଆଇଟି ନିର୍ମାଣ କଲା ରୋବୋର୍ଟ

News Today

ନୂଆଦିଲ୍ଲୀ: ନୋଭଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟତା କରିବାକୁ ଦୁଇଟି ରୋବୋର୍ଟର ନିର୍ମାଣ କରିଛି ଗୌହାଟି ଆଇଆଇଟି। ଗୌହାଟି ଆଇଆଇଟିର ମେକାନିକାଲ ଇଞ୍ଜିନିୟରିଂ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଛାତ୍ରଛାତ୍ରୀମାନେ ମିଳିତ ଭାବେ ଏହି ରୋବୋର୍ଟକୁ ନିର୍ମାଣ କରିବାରେ ସମର୍ଥ ହୋଇଛନ୍ତି।

ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏହାକୁ ନିର୍ମାଣ କରିଥିବା ଗୌହାଟି ଆଇଆଇଟିର ଛାତ୍ରଛାତ୍ରୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଏହି ରୋବୋର୍ଟର ନିର୍ମାଣ କରିଛୁ। ନୋଭଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ହେଉଛି ଏକ ଅତ୍ୟନ୍ତ ଭୟଙ୍କର ସଂକ୍ରମଣ ରୋଗ। ତେଣୁ, ନୋଭଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ରୋଗୀ ଯେଉଁମାନେ ଏକାନ୍ତବାସ ବା ଆଇସୋଲେସନ୍‌ରେ ରହୁଛନ୍ତି ସେମାନଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ପରିବର୍ତ୍ତେ ଆମ ଦ୍ୱାରା ନିର୍ମିତ ରୋବୋର୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବ।

publive-image News Today

ଏହି ଉଦ୍ଦେଶ୍ୟରେ ଆମେ ଦୁଇଟି ରୋବର୍ଟର ନିର୍ମାଣ କରିଛୁ। ଗୋଟିଏ ରୋବୋର୍ଟ ଏକାନ୍ତବାସ ବା ଆଇସୋଲେସନ୍‌ ଓ୍ଵାର୍ଡରେ ଥିବା ରୋଗୀମାନଙ୍କୁ ଔଷଧ ଓ ଖାଦ୍ୟ ପ୍ରଦାନ କରିବ। ସେହିପରି ଦ୍ୱିତୀୟ ରୋବୋର୍ଟଟି ଏକାନ୍ତବାସ ବା ଆଇସୋଲେସନ୍‌ ଓ୍ଵାର୍ଡରେ ଚିକିତ୍ସାଧୀନ ଥିବା ରୋଗୀମାନଙ୍କ ଠାରୁ ସୋମନଙ୍କ ବର୍ଜ୍ୟ ଓ ପ୍ରଦୂଷିତ ବସ୍ତୁ ସଂଗ୍ରହ କରି ସେସବୁକୁ ବାହରକୁ ଆଣିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe