PhD student Takes His Life: ଆଇଆଇଟି କାନପୁରରେ ୬ ମହଲା କୋଠାରୁ ଡେଇଁ ଜୀବନ ହାରିଲେ ପିଏଚ୍‌ଡି ମେଧାବୀ ଛାତ୍ର

Advertisment

ଆଇଆଇଟି କାନପୁର କ୍ୟାମ୍ପସ ପରିସରରେ ଥିବା ଏକ ଆବାସିକ କୋଠାର ୬ ମହଲାରୁ ଡେଇଁ ଜଣେ ୨୫ ବର୍ଷୀୟ ପିଏଚ୍‌ଡି ଛାତ୍ର ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ସ୍ବରୂପ ଈଶ୍ବରମ୍‌ ନାମକ ମେଧାବୀ ଛାତ୍ର ଜଣକ ଆତ୍ମହତ୍ୟା କରିଥିଲେ।

ଆଇଆଇଟି କାନପୁର କ୍ୟାମ୍ପସ ପରିସରରେ ଥିବା ଏକ ଆବାସିକ କୋଠାର ୬ ମହଲାରୁ ଡେଇଁ ଜଣେ ୨୫ ବର୍ଷୀୟ ପିଏଚ୍‌ଡି ଛାତ୍ର ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ସ୍ବରୂପ ଈଶ୍ବରମ୍‌ ନାମକ ମେଧାବୀ ଛାତ୍ର ଜଣକ ଆତ୍ମହତ୍ୟା କରିଥିଲେ।

PhD student

PhD student Takes His Life Photograph: (sambad.in)

କାନପୁର: ଆଇଆଇଟି କାନପୁର କ୍ୟାମ୍ପସ ପରିସରରେ ଥିବା ଏକ ଆବାସିକ କୋଠାର ୬ ମହଲାରୁ ଡେଇଁ ଜଣେ ୨୫ ବର୍ଷୀୟ ପିଏଚ୍‌ଡି ଛାତ୍ର ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ସ୍ବରୂପ ଈଶ୍ବରମ୍‌ ନାମକ ମେଧାବୀ ଛାତ୍ର ଜଣକ ଆତ୍ମହତ୍ୟା କରିଥିଲେ। ରାଜସ୍ଥାନର ଚୁରୁ ଜିଲ୍ଲାର ସେ ବାସିନ୍ଦା ଥିଲେ ଓ ଭୂବିଜ୍ଞାନ ବିଭାଗର ଗବେଷକ ଛାତ୍ର ଥିଲେ। ଈଶ୍ବରମ୍‌ କ୍ୟାମ୍ପସରେ ତାଙ୍କ ପତ୍ନୀ ମଞ୍ଜୁ ଓ ଦୁଇ ବର୍ଷ ଝିଅଙ୍କ ସହିତ ରହୁଥିଲେ।

ମାନସିକ ଅବସାଦ ନେଲା ଜୀବନ

ପୁଲିସ ଡେପୁଟି କମିସନର (ପଶ୍ଚିମ) ଏସ୍ଏମ୍‌ କାସିମ୍‌ ଆବିଦି କହିଛନ୍ତି, ଈଶ୍ବରମ୍‌ ଅନେକ ଦିନ ହେଲା ଚିନ୍ତା ତଥା ମାନସିକ ଅବସାଦରେ ଥିଲେ। ମାନସିକ ଅବସାଦ ନେଇ ସେ ଅନେକ ଥର ଡାକ୍ତରୀ ପରାମର୍ଶ ନେଇଛନ୍ତି। ମଙ୍ଗଳବାର ଅପରାହ୍ଣରେ ଈଶ୍ବରମ୍‌ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଈଶ୍ବରମ୍‌ ତାଙ୍କ ମାନସିକ ଅବସ୍ଥା ନେଇ ଚାପଗ୍ରସ୍ତ ଥିବା ପତ୍ନୀ ପୁଲିସକୁ ସୂଚନା ଦେଇଛନ୍ତି। ପୁଲିସ ଓ ଫୋରେନସିକ୍‌ ବିଶେଷଜ୍ଞ ଆତ୍ମହତ୍ୟା ସ୍ଥଳରୁ ପ୍ରମାଣ ସଂଗ୍ରହ କରିଛନ୍ତି। କିନ୍ତୁ କୌଣସି ସୁଇସାଇଡ୍‌ ନୋଟ ଜବତ କରିନାହାନ୍ତି।

ପୁଲିସ ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପତ୍ନୀକୁ ପଚରାଉଚରା କରୁଛି। ଆଇଆଇଟି କାନପୁର ନିର୍ଦ୍ଦେଶକ ମନିନ୍ଦର ଅଗ୍ରୱାଲ ଈଶ୍ବରମ୍‌ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଅନୁଷ୍ଠାନ ଜଣେ ପ୍ରତିଭାଶାଳୀ ଗବେଷକ ଛାତ୍ରଙ୍କୁ ହରାଇଲା ବୋଲି କହିଥିଲେ। ଗତବର୍ଷ ଡିସେମ୍ବର ୨୯ରେ ରାଜସ୍ଥାନର ଅନ୍ୟ ଜଣେ ଛାତ୍ର ଆଇଆଇଟି କାନପୁର କ୍ୟାମ୍ପସରେ ଆତ୍ମହତ୍ୟା କରିଥିଲେ। ଗତ ୫ ବର୍ଷରେ ଆଇଆଇଟି କାନପୁରର ୧୨ ଜଣ ଛାତ୍ର ଆତ୍ମହତ୍ୟା କଲେଣି।

ଆହୁରି ପଢ଼ନ୍ତୁ: Trump in love with Venezuela: ଭେନେଜୁଏଲାର ପ୍ରେମରେ ଉବୁଟୁବୁ ଟ୍ରମ୍ପ: କଲେ ବଡ଼ ଘୋଷଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe