ଇଣ୍ଡିଆ ରାଙ୍କିଙ୍ଗସ୍-୨୦୨୨ : କ୍ରମାଗତ ୪ର୍ଥ ବର୍ଷ‌ ପାଇଁ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ବଜାୟ ରଖିଲା ‘ଆଇଆଇଟି-ମାଡ୍ରାସ୍‌’

Advertisment
ଇଣ୍ଡିଆ ରାଙ୍କିଙ୍ଗସ୍-୨୦୨୨ : କ୍ରମାଗତ ୪ର୍ଥ ବର୍ଷ‌ ପାଇଁ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ବଜାୟ ରଖିଲା ‘ଆଇଆଇଟି-ମାଡ୍ରାସ୍‌’

Image Courtesy of NDTV

ନୂଆଦିଲ୍ଲୀ: ଆଜି ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଚଳିତ ଶିକ୍ଷାବର୍ଷର ରାଙ୍କିଙ୍ଗ୍- ‘ଇଣ୍ଡିଆ ରାଙ୍କିଙ୍ଗସ୍-୨୦୨୨’ ପ୍ରକାଶ ପାଇଛି।  ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ’ (ଏନ୍‌ଆଇଆର୍‌ଏଫ୍‌) ପକ୍ଷରୁ ପ୍ରସ୍ତୁତ ଏହି ରାଙ୍କିଙ୍ଗକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି।  କ୍ରମାଗତ ୪ର୍ଥ ବର୍ଷ ପାଇଁ ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ‘ଆଇଆଇଟି-ମାଡ୍ରାସ୍’ ତା’ର ଶ୍ରେଷ୍ଠତ୍ବ ବଜାୟ ରଖିଥିବା କଥା ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ’ (ଏନ୍‌ଆଇଆର୍‌ଏଫ୍‌) କହିଛି।

ସେହିପରି, ଚଳିତ ବର୍ଷ ‘ଇଣ୍ଡିଆ ରାଙ୍କିଙ୍ଗସ୍-୨୦୨୨’ରେ ବେଙ୍ଗାଲୁରୁସ୍ଥିତ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ୍‌’ (ଆଇଆଇଏସ୍‌ସି) ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଛି ବୋଲି ‘ଏନ୍‌ଆଇଆର୍‌ଏଫ୍‌’ ଉଲ୍ଲେଖ କରିଛି।

ସୂଚନାଯୋଗ୍ୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘‘ଇଣ୍ଡିଆ ରାଙ୍କିଙ୍ଗସ୍-୨୦୨୨’’ ଉନ୍ମୋଚନ କରିଛନ୍ତି । ସାମଗ୍ରିକ ବର୍ଗରେ ‘ଆଇଆଇଟି-ମାଡ୍ରାସ୍‌’ ପ୍ରଥମ ସ୍ଥାନରେ ଥିବା ବେଳେ ‘ଆଇଆଇଟି-ଦିଲ୍ଲୀ’ ଦ୍ବିତୀୟ ସ୍ଥାନରେ ଏବଂ ‘ଆଇଆଇଟି-ବମ୍ବେ’ ତୃତୀୟ ସ୍ଥାନରେ ରହିଛି। ଏହି ଅନୁକ୍ରମରେ ଥିବା ପରବର୍ତ୍ତୀ ‘ଆଇଆଇଟି’ ଗୁଡ଼ିକ ହେଲା ‘ଆଇଆଇଟି-କାନପୁର’, ‘ଆଇଆଇଟି-ଖଡ଼ଗପୁର’, ‘ଆଇଆଇଟି-ରୁର୍‌କି’, ‘ଆଇଆଇଟି-ଗୌହାଟୀ’, ‘ଆଇଆଇଟି-ତିରୁଚିରାପଲ୍ଲୀ’, ‘ଆଇଆଇଟି-ହାଇଦ୍ରାବାଦ’ ଏବଂ ‘ଆଇଆଇଟି-ସୁରତକଲ୍‌’।

ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ ‘ଆଇଆଇଏସ୍‌ସି-ବେଙ୍ଗାଲୁରୁ’ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ‘ଜେଏନ୍‌ୟୁ’ ଏବଂ ତୃତୀୟ ସ୍ଥାନରେ ‘ଜାମିଆ ମିଲିଆ ଇସ୍‌ଲାମିଆ’ ରହିଛି।

ଫାର୍ମାସି ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ‘ଜାମିଆ ହମ୍‌ଦର୍ଦ’ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ସେହିପରି, ଦ୍ବିତୀୟ ସ୍ଥାନରେ ରହିଛି, ହାଇଦ୍ରାବାଦର ‘ଦି ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ୍‌ ଏଡୁକେସନ୍‌ ଆଣ୍ଡ୍‌ ରିସର୍ଚ’ ଏବଂ ତୃତୀୟ ସ୍ଥାନରେ ରହିଛି ଚଣ୍ଡୀଗଡ଼ସ୍ଥିତ ‘ପଞ୍ଜାବ ବିଶ୍ବବିଦ୍ୟାଳୟ’।

ଦେଶର ୧୦ଟି ଶ୍ରେଷ୍ଠ କଲେଜ୍‌ରୁ ଦିଲ୍ଲୀରେ ଥିବା ୫ଟିରୁ ପ୍ରଥମ ସ୍ଥାନରେ ରହିଛି ‘ମିରାଣ୍ଡା ହାଉସ୍‌’। ‘ହିନ୍ଦୁ କଲେଜ’ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଚେନ୍ନାଇର ପ୍ରେସିଡେନ୍‌ସି କଲେଜ୍‌ ତୃତୀୟ ସ୍ଥାନରେ ରହିଛି।

publive-image Image Courtesy of India TV

ଏହାଛଡ଼ା, ‘ଏମ୍‌ସ୍‌-ଦିଲ୍ଲୀ’ ଶ୍ରେଷ୍ଠ ମେଡିକାଲ୍‌ କଲେଜ ବର୍ଗରେ ଥିବା ବେଳେ ଚଣ୍ଡୀଗଡ଼ର ‘ପିଜିଆଇଏମ୍‌ଇଆର୍‌’ ଏବଂ ଭେଲୋର୍‌ର ‘ସିଏମ୍‌ସି’ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

‘ଆଇଆଇଏମ୍‌-ଅହମଦାବାଦ୍‌’ ଦେଶର ଶ୍ରେଷ୍ଠ ମ୍ୟାନେଜ୍‌ମେଣ୍ଟ୍‌ ପ୍ରତିଷ୍ଠାନ ହୋଇଥିବା ବେଳେ ‘ଆଇଆଇଏମ୍‌-ବେଙ୍ଗାଲୁରୁ ଏବଂ ‘ଆଇଆଇଏମ୍‌-କାଲ୍‌କାଟା’ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି, ବିଶ୍ବବିଦ୍ୟାଳୟ ରାଙ୍କ୍‌ରେ ଓଡ଼ିଶାର ‘ସୋଆ’ ୧୬, ‘କିଟ୍‌’ ୨୦, ‘ଉତ୍କଳ ବିଶ୍ବବିଦ୍ୟାଳୟ’ ୯୦, ‘ଭିସୁଟ୍‌ ଓ ‘ସିଭି ରମଣ’ ୧୦୧ରୁ ୧୫୦ ଏବଂ ସେଞ୍ଚୁରିଆନ୍‌, ଫକୀରମୋହନ’ ଏବଂ ‘ସମ୍ବଲପୁର ବିଶ୍ବବିଦ୍ୟାଳୟ ’ ୧୫୧ରୁ ୨୦୦ ସ୍ଥାନରେ ରହିଛନ୍ତି।

‘ଏନ୍‌ଆଇଆର୍‌ଏଫ୍‌’ର ଶ୍ରେଷ୍ଠ ୧୦୦ ତାଲିକା ମଧ୍ୟରେ ଓଡ଼ିଶାର ‘ସୋଆ’ ୩୦, ‘କିଟ୍‌’ ୩୪, ‘ଏନ୍‌ଆଇଟି’ ୩୯, ‘ଆଇଆଇଟି’ ୬୫, ଉତ୍କଳ ବିଶ୍ବବିଦ୍ୟାଳୟ ୧୦୧ରୁ ୧୫୦ ଏବଂ ‘ଏସ୍‌ସିବି’, ‘ସିଭି ରମଣ’ ଓ ‘ଭିସୁଟ୍‌’ ୧୫୧ରୁ ୨୦୦ ମଧ୍ୟରେ ରହିଛି।

ଶ୍ରେଷ୍ଠ ୧୦୦ ଇଞ୍ଜିନିୟରିଙ୍ଗ୍‌ କଲେଜ ମଧ୍ୟରେ ଓଡ଼ିଶାର ‘ଏନ୍‌ଆଇଟି-ରାଉରକେଲା’ ୧୫, ‘ସ‌ୋଆ’ ୨୭, ‘ଆଇଆଇଟି-ଭୁବନେଶ୍ବର’ ୩୬, ‘କିଟ୍’ ୪୨, ‘ସିଭି ରମଣ’ ୯୮ ସ୍ଥାନରେ ରହିଛି।

ଦେଶର ଶ୍ରେଷ୍ଠ ୫୦ ମେଡିକାଲ୍‌ କଲେଜରୁ ଓଡ଼ିଶାର ‘ସୋଆ’ ୧୮, ‘ଏମ୍‌ସ୍‌’ ୨୬, ‘କିମ୍‌ସ୍‌’ ୩୦, ‘ଏସ୍‌ସିବି’ ୪୪ତମ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe