ZEE5 in Hindi
ହରିଦ୍ବାର: ଏପ୍ରିଲ ୮ରେ ଆଇଆଇଟି ରୁରକିରୁ ୮୮ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିଲେ। ଉତ୍ତରାଖଣ୍ଡର ହରିଦ୍ବାର ଜିଲ୍ଲାରେ ଥିବା ଆଇଆଇଟି ରୁରକିରୁ ୮୮ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନଙ୍କୁ ଗଙ୍ଗା ହଷ୍ଟେଲରେ ସଙ୍ଗରୋଧ କରାଯାଇଥିଲା। ଏବେ ସଙ୍ଗରୋଧରେ ଥିବା ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କ ମାତ୍ର ୨୩ବର୍ଷ ହୋଇଥିଲା।
ତେବେ ସେ କରୋନାରୁ ସୁସ୍ଥ ହୋଇସାରିଥିବା ସହ ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା। ମୃତକଙ୍କ ଘର ଚଣ୍ଡିଗଡ଼ରେ ହୋଇଥିବା ବେଳେ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା। ଗରୱାଲ ଡିଭିଜନ କମିସନର ରବିନାଥ ରମଣ କହିଛନ୍ତି ଯେ, ଛାତ୍ରଙ୍କ ମୃତ୍ୟୁ ପରେ କାରଣ ଜାଣିବା ପାଇଁ ଘଟଣାର ମ୍ୟାଜିଷ୍ଟେରାଲ୍ ତଦନ୍ତ ଆରମ୍ଭ ହେବ।
News18 Bangla୮୮ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା ପରେ ଆଇଆଇଟି ରୁରକିର ମୁଖପାତ୍ର ସୋନିକା ଶ୍ରୀବାସ୍ତବ କହିଥିଲେ ଯେ, କରୋନା ଆକ୍ରାନ୍ତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସଙ୍ଗରୋଧ କରାଯାଇ ଚିକିତ୍ସା କରାଯାଉଛି। ଛାତ୍ରଛାତ୍ରୀ ରହୁଥିବା ୫ଟି ହଷ୍ଟେଲକୁ ସିଲ କରାଯାଇ ସାନିଟାଇଜ କରାଯାଉଛି। ତେବେ ୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି ଅନଲାଇନ ପାଠପଢ଼ା ଜାରି ରହିବ ବୋଲି ସେ କହିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ସମସ୍ତ କଟକଣା ମାନି ପାଠପଢ଼ାଯାଉଥିବା କହିଥିଲେ ସୋନିକା ଶ୍ରୀବାସ୍ତବ।
Follow Us