ହାଡ଼ ଖାଇଥିଲି, ବହୁତ ମଦ ପିଇଥିଲି; ଶ୍ମଶାନରେ ସାଧନା ସମୟରେ ଏସବୁ କରିଥିଲେ ଆଇଆଇଟି ବାବା

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଯୋଗ ଦେଇ ସବୁଠୁ ଚର୍ଚ୍ଚାରେ ଥିଲେ 'ଆଇଆଇଟି ବାବା' ଓରଫ ଅଭୟ ସିଂହ। ଏବେ ସେ ମେଳା ଛାଡ଼ି କେଉଁଆଡେ ଚାଲିଯାଇଛନ୍ତି। ଏମଧ୍ୟରେ ସେ ହାଡ଼ ଖାଇଥିଲେ ବୋଲି ସାମ୍ନାକୁ ଆସିଛି।

tiitbabaabe

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଜଣେ ଜଣେ ଅନନ୍ୟ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ସାମିଲ ହୋଇଛନ୍ତି। ସବୁଠୁ ଚର୍ଚ୍ଚାରେ ରହିଛନ୍ତି 'ଆଇଆଇଟି ବାବା' ଓରଫ ଅଭୟ ସିଂହ। ପୂର୍ବତନ ଏରୋସ୍ପେସ୍ ଇଞ୍ଜିନିୟର ସିଂହ ଏହି ମହାନ ଧାର୍ମିକ ମହାକୁମ୍ଭ ମେଳାକୁ ଆସି ଚର୍ଚ୍ଚିତ ହୋଇଛନ୍ତି। ବର୍ତ୍ତମାନ ସେ ମେଳା ଛାଡ଼ି ଚାଲିଯାଇଛନ୍ତି। ଏହାର କାରଣ ସାମ୍ନାକୁ ଆସିନଥିବା ବେଳେ ଏମଧ୍ୟରେ ତାଙ୍କର ଏକ ସାକ୍ଷାତକାର ଭାଇରାଲ ହେଉଛି, ଯେଉଁଥିରେ ସେ ହାଡ଼ ଖାଇଥିବା କହିଥିଲେ।

ଏକ ସାକ୍ଷାତକାରରେ ସେ କହିଥିଲେ, "ଚାକିରି ଛାଡ଼ିବା ପରେ ମୁଁ କିଛି ଅଘୋରୀ ବାବାଙ୍କୁ ଭେଟିଥିଲି ଏବଂ ସାଧନା କରିଥିଲି। ସେଠାରେ ଆଉ ୩-୪ଜଣ ଲୋକ ବି ଥିଲେ। ଆମକୁ କାଳୀ ମା’ଙ୍କ ପ୍ରସାଦ ଭାବେ ମଦ ପିଇବାକୁ ଦିଆଯାଇଥିଲା। ମୁଁ ଅନେକ ଲୋକଙ୍କୁ ଭେଟିବା ସହ ଜଟା ବାନ୍ଧିଥିଲି। ମୋତେ ଅଘୋର ମନ୍ତ୍ର ବି ଦିଆଯାଇଥିଲା। ଏହା ପରେ ସେମାନେ ମୋତେ ଯାହା ଦେଲେ ମୁଁ ବାବା ଭୋଲେନାଥଙ୍କ ପ୍ରସାଦ ଭାବି ଖାଇଦେଇଥିଲି। ମୋ ପାଖରେ ବସିଥିବା ଅନ୍ୟଜଣଙ୍କ ଖାଦ୍ୟ ଦେଖିବା ପରେ ସେଥିରେ ହାଡ଼ ଥିବା ଦେଖିଥିଲି। ଏହା ପରେ ଭାବିଲି ସବୁ ଭଗବାନଙ୍କ ପ୍ରସାଦ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe