‘ବ୍ଳାକ୍‌ ଫଙ୍ଗସ୍‌’ ପାଇଁ ଆଇଆଇଟିର ନୂଆ ବଟିକା

Advertisment
ଏଣିକି ଦିଲ୍ଲୀର ଘରୋଇ ହସ୍ପିଟାଲରେ ହୋଇପାରିବ ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା

BBC

ହାଇଦ୍ରାବାଦ (ତେଲେଙ୍ଗାନା): ଆଇଆଇଟି ହାଇଦ୍ରାବାଦର ଗବେଷକମାନେ ଘାତକ ‘ବ୍ଲାକ୍‌ ଫଙ୍ଗସ୍‌’ ସଂକ୍ରମଣ ବା ମ୍ୟୁକୋର୍ମାଇକୋସିସ୍‌ର ଚିକିତ୍ସା ପାଇଁ ବ୍ୟବହୃତ ଆମ୍ଫୋଟେରିସିନ୍‌-ବି ଇଞ୍ଜେକ୍ସନ ବଦଳରେ ତାହାର ଏକ ବଟିକା ସଂସ୍କରଣ ଉଦ୍ଭାବନ କରିଛନ୍ତି। ଦୀର୍ଘ ଦୁଇ ବର୍ଷର ଗବେଷଣା ପରେ ଗବେଷକମାନେ ଏବେ ଉକ୍ତ ବଟିକାର ବ୍ୟାବସାୟିକ ପ୍ରସ୍ତୁତି ପାଇଁ କୌଣସି ଉପଯୁକ୍ତ ଭେଷଜ କମ୍ପାନିକୁ ସଂପୃକ୍ତ ଜ୍ଞାନକୌଶଳ ପ୍ରଦାନ କରାଯିବ ବୋଲି କହିଛନ୍ତି। ରୋଗୀ ଦେହରେ କୌଣସି ଛୁଞ୍ଚି ନଫୋଡ଼ି ଅତି ସହଜରେ ପାଟି ବାଟେ ସେବନ କରିବାକୁ ଥିବା ଏହି ୬୦ ମିଲିଗ୍ରାମ ବଟିକାର ମୂଲ୍ୟ ମାତ୍ର ୨୦୦ ଟଙ୍କା ଭିତରେ ପଡ଼ିବ ବୋଲି ସେମାନେ ଆଶା ରଖିଛନ୍ତି।

ଏଥି ସହିତ ଉକ୍ତ ବଟିକାର ମନ୍ଥର ତଥା ଦୀର୍ଘକାଳୀନ ମୋଚନ ପ୍ରକ୍ରିୟା ବୃକକ୍‌କୁ ବିଷାକ୍ତୀକରଣରୁ ବଞ୍ଚାଇବ। ସୁତରାଂ ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ ଅପେକ୍ଷା ଏହା ସହଜଲବ୍‌ଧ ଓ ଉପାଦେୟ ସାବ୍ୟସ୍ତ ହେବ ବୋଲି ଏହାର ଗବେଷକ ପ୍ରାଧ୍ୟାପକ ସପ୍ତର୍ଷି ମଜୁମଦାର ଓ ଡ. ଚନ୍ଦ୍ରଶେଖର ଶର୍ମା କହିଛନ୍ତି। ଦେଶରେ ସମ୍ପ୍ରତି ଆମ୍ଫୋଟେରିସିନ୍‌-ବି ଇଞ୍ଜେକ୍ସନ୍‌ର ଉତ୍କଟ ଅଭାବ ସାଙ୍ଗକୁ ଦିନକୁ ଦିନ ଅଧିକରୁ ଅଧିକ ମ୍ୟୁକୋର୍ମାଇକୋସିସ୍‌ ମାମଲା ପରିଲକ୍ଷିତ ହେଉଥିବା ବେଳେ ଆଇଆଇଟି ଗବେଷକମାନଙ୍କର ଏହି ନୂତନ ଗବେଷଣା ସଂପୃକ୍ତ ରୋଗୀଙ୍କ ପାଇଁ ବରଦାନ ସଦୃଶ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe