ଇଲିସି କୂଟନୀତି: ଭାରତ ଉପରୁ ମାଛ ରପ୍ତାନୀ ପ୍ରତିବନ୍ଧକ ଉଠାଇଲେ ବାଂଲାଦେଶ ସରକାର

Advertisment

ପଦ୍ମ ନଦୀର ଇଲିସି ପାଇଁ ଭାରତୀୟଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ବାଂଲାଦେଶକୁ ପିଆଜ, ଆଳୁ, ଅଣ୍ଡା ପଠାଇବା ପରେ ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ ମହମ୍ମଦ ୟୁନୁସଙ୍କ ସରକାର କଟକଣା ଉଠାଇଛନ୍ତି...

Updated On

ପଦ୍ମ ନଦୀର ଇଲିସି ପାଇଁ ଭାରତୀୟଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ବାଂଲାଦେଶକୁ ପିଆଜ, ଆଳୁ, ଅଣ୍ଡା ପଠାଇବା ପରେ ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ ମହମ୍ମଦ ୟୁନୁସଙ୍କ ସରକାର କଟକଣା ଉଠାଇଛନ୍ତି...

ଅଦ୍ୟତନ ହୋଇଛି
8anabx

ନୂଆଦିଲ୍ଲୀ: ବାଂଲାଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପିଆଜ, ଆଳୁ, ଅଣ୍ଡା ପଠାଇବା ପରେ ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ ମହମ୍ମଦ ୟୁନୁସଙ୍କ ସରକାର କଟକଣା ଉଠାଇଛନ୍ତି। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ତଥା ବଙ୍ଗାଳୀଙ୍କ ବଡ଼ ପର୍ବ ଦୁର୍ଗାପୂଜା ପୂର୍ବରୁ ଇଲିସି କୂଟନୀତି ଅର୍ନ୍ତଗତ ଇଲିସି ମାଛ ରପ୍ତାନୀ ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି। ଏନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଭାରତକୁ ୩ ହଜାର ମେଟ୍ରିକ ଟନ୍‌ ଇଲିସି ମାଛ ରପ୍ତାନୀ ପାଇଁ ୟୁନୁସ  ସରକାର ମଞ୍ଜୁରୀ ଦେଇଛନ୍ତି।

ମହମ୍ମଦ ୟୁନୁସ ସରକାର ଚଳିତ ବର୍ଷ ଘରୋଇ ବଜାରରେ କାରବାର ବଢେଇବା ପାଇଁ ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଦୁର୍ଗାପୂଜା ସହିତ ଅନ୍ୟ ପର୍ବପର୍ବାଣୀରେ ଭାରତର ପୂର୍ବାଞ୍ଚଳ ରାଜ୍ୟରେ ଇଲିସି ମାଛର  ଚାହିଦା ବଢ଼ିଥାଏ। ବାଂଲାଦେଶର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଆଗାମୀ ଦୁର୍ଗାପୂଜା ଅବସରରେ ୩ ହଜାର ମେଟ୍ରିକ ଟନ୍‌ ଇଲିସି ମାଛ ରପ୍ତାନୀକୁ ମଞ୍ଜୁର ଦିଆଯାଇଛି। 

ଫଳରେ ପଦ୍ମ ନଦୀର ଇଲିସି ପାଇଁ ଭାରତୀୟଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ବାଂଲାଦେଶ ସରକାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି। 

ଭାରତକୁ ଇଲିସି ମାଛ ରପ୍ତାନି ପାଇଁ ବାଂଲାଦେଶ ପାଇଁ ଆବେଦନ କରିବାର ଏକ ସମୟସୀମା ଧାର୍ଯ୍ୟ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ରପ୍ତାନିକାରୀମାନଙ୍କୁ ସେପ୍ଟେମ୍ବର ୨୪ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଆବେଦନ ଫର୍ମ ଦାଖଲ କରିବାକୁ କୁହାଯାଇଛି। ଡେପୁଟି ସେକ୍ରେଟାରୀ, ରପ୍ତାନି-୨ ଶାଖା, ରୁମ ୧୨୭, ବିଲଡିଂ-୩, ବାଂଲାଦେଶ ସଚିବାଳୟ, ଢାକାକୁ ଆବେଦନ ପଠାଯିବା ଉଚିତ୍ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ସମୟସୀମା ପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ। 

'ମତ୍ସ୍ୟ ଆମଦାନୀ ଆସୋସିଏସନ୍'ର ସମ୍ପାଦକ ସୟଦ ଅନୱାର ମକସୁଦ ଏହି ପ୍ରସଙ୍ଗରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଇଲିସି ମାଛ ନିଶ୍ଚିତ ଭାବେ ଆସୁଛି। ତେବେ ମାଛର ଦର କେତେ ହେବ ତାହା କହିବା ସମ୍ଭବ ନୁହେଁ। ଇଲିସିର ମୂଲ୍ୟ ଆକାଶଛୁଆଁ ହୋଇସାରିଛି। ଯଦି ଅଧିକ ମାଛ ଆସେ, ତେବେ ଦର କମ୍ ହେବ। ନଚେତ୍ ଦର ଅଧିକ ହେବ।  ଅନୁମତି ୩,୦୦୦ ମେଟ୍ରିକ୍ ଟନ୍ ପାଇଁ ମିଳିଥିଲେ ମଧ୍ୟ ୧,୫୦୦ ମେଟ୍ରିକ୍ ଟନ୍ ଇଲିସି ଆସିବାର ସମ୍ଭାବନା ରହିଛି।

୨୦୨୩ରେ ମନ୍ତ୍ରଣାଳୟ ୭୯ କମ୍ପାନୀକୁ ଭାରତକୁ ୩,୯୫୦ ହଜାର ମେଟ୍ରିକ ଟନ୍‌ ଇଲିସି ମାଛ ରପ୍ତାନୀ ପାଇଁ ଅନୁମତି ଦେଇଥିଲା। ତେବେ ୧,୩୦୦ ମେଟ୍ରିକ ଟନ୍ ମାଛ ଆସିଥିଲା। ସେହିପରି ସେପ୍ଟେମ୍ବର ୨୦୨୨ରେ ୨,୯୦୦ ମେଟ୍ରିକ ଟନ୍‌ ଇଲିସି ମାଛ ରପ୍ତାନୀ ପାଇଁ ଅନୁମତି ମିଳିଥିଲା। କିନ୍ତୁ ୧,୩୦୦ ମେଟ୍ରିକ ଟନ୍‌ ଇଲିସି ମାଛ ରପ୍ତାନୀ ହୋଇଥିଲା। ‌

ଅଧିକ ପଢ଼ନ୍ତୁ:ଅଧିର ରଞ୍ଜନ ବିଦା ହେବାର କାରଣ: ହାଇକମାଣ୍ଡଙ୍କ ଅସନ୍ତୋଷ ନା ନିର୍ବାଚନରେ ପରାଜୟ

ଅପରପକ୍ଷରେ ସେପ୍ଟେମ୍ବର ୨୦୨୧ରେ ୪,୬୦୦ ମେଟ୍ରିକ ଟନ୍‌ ଇଲିସି ମାଛ ରପ୍ତାନୀ ପାଇଁ ଅନୁମତି  ମିଳିଥିଲେ ମଧ୍ୟ ୧,୨୦୦ ମେଟ୍ରିକ ଟନ୍‌ ଇଲିସି ମାଛ ରପ୍ତାନୀ କରାଯାଇଥିଲା। ୨୦୨୦ ସେପ୍ଟେମ୍ବରରେ ୧,୮୫୦ ମେଟ୍ରିକ ଟନ୍‌ ଇଲିସି ମାଛ ରପ୍ତାନୀ ପାଇଁ ଅନୁମତି ମିଳିଥିବାବେଳେ ୧,୮୫୦ ମେଟ୍ରିକ ଟନ୍‌ ମାଛ ଭାରତକୁ ଆସିଥିଲା। ୨୦୧୯ ସେପ୍ଟେମ୍ବରରେ ୫୦୦ ମେଟ୍ରିକ ଟନ୍‌ ଇଲିସି ମାଛ ରପ୍ତାନୀ ପାଇଁ ଅନୁମତି ମିଳିଥିଲା ଏବଂ ସମାନ ପରିମାଣର ମାଛ ଭାରତକୁ ଆସିଥିଲା।

ଭାରତ ବାଂଲାଦେଶର କଷ୍ଟଦାୟକ ସମୟରେ ଠିଆ ହୋଇଛି। ବାଂଲାଦେଶରେ ଜନ ବିଦ୍ରୋହ ପରେ ଦୈନନ୍ଦିନ ଆବଶ୍ୟକତାର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଥିଲା। ସେଠାରେ ଥିବା ସାଧାରଣ ଲୋକଙ୍କୁ ଏହାକୁ କିଣିବା ପାଇଁ ସଂଘର୍ଷ କରିବାକୁ ପଡୁଛି। କିନ୍ତୁ ଏହି ଖରାପ ସମୟରେ ବାଂଲାଦେଶକୁ ଭାରତ ପିଆଜ, ଆଳୁ ଏବଂ ଅଣ୍ଡା ପଠାଇଛି। 

ଅଧିକ ପଢ଼ନ୍ତୁ:ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ: ଦିସାନାୟକେଙ୍କ ସ୍ଥିତି ସଦୃଢ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe