ୟୁପି ବାଲିଆରେ ପୁଲିସ-ଜନତା ଖଣ୍ଡଯୁଦ୍ଧ, ୧୨ ଗୁରୁତର

ୟୁପି ବାଲିଆରେ ପୁଲିସ-ଜନତା ଖଣ୍ଡଯୁଦ୍ଧ, ୧୨ ଗୁରୁତର

The Indian Express

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାଲିଆରେ ଜଣେ ସାଧାରଣ ଲୋକକୁ ପୁଲିସର ନିର୍ମମ ମାଡ଼କୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳବାସୀ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଛି। ଏଥିରେ ୨ ଜଣ ସାମ୍ବାଦିକ ଓ ୬ଜଣ ପୁଲିସ କର୍ମୀଙ୍କ ସମେତ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁଯାୟୀ, ସ୍ଥାନୀୟ ଅଞ୍ଚଳର ପାନ୍ନା ଲାଲ(୩୫) ନାମକ ଜଣେ ନିରୀହ ଲୋକକୁ ପୁଲିସ ନିର୍ଯାତନାର ପ୍ରତିବାଦ କରି ଲୋକେ ଆଜି ସକାଳ ସାଢ଼େ ୯ଟାରେ ବାଲିଆ-ଲକ୍ଷ୍ନୌ ଜାତୀୟ ରାଜପଥ ଅବରୋଧ କରିଥିଲେ। ସେମାନଙ୍କୁ ହଟାଇବା ଲାଗି ପୁଲିସ ଚେଷ୍ଟା କରିବା ବେଳେ ଲୋକେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ଏକ ଅସ୍ଥାୟୀ ପୁଲିସ ଶିବିରକୁ ଧ୍ବଂସ କରିଦେବା ସହ ୬ଟି ପୁଲିସ ଗାଡ଼ିକୁ ଭାଙ୍ଗିରୁଜି ଦେଇଥିଲେ। ଶେଷରେ ପୁଲିସ ଲାଠି ପ୍ରୟୋଗ କରି ଲୋକଙ୍କୁ ସେଠାରୁ ଘଉଡ଼ାଇଥିଲା। ଆହତମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ସଞ୍ଜୟ ଯାଦବ ମଧ୍ୟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe