ବେଆଇନ ବେଟିଂ ମାମଲା: କର୍ଣ୍ଣାଟକ କଂଗ୍ରେସ ବିଧାୟକ କେସି ବୀରେନ୍ଦ୍ର ଗିରଫ, ୬ କୋଟି ଟଙ୍କାର ସୁନା, ନଗଦ ୧୨ କୋଟି ଜବତ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କର୍ଣ୍ଣାଟକ କଂଗ୍ରେସ ବିଧାୟକ କେସି ବୀରେନ୍ଦ୍ରଙ୍କୁ ଗ୍ୟାଙ୍ଗଟକ୍‌ରୁ ଗିରଫ କରିଛି। ବେଆଇନ ଅନ୍‌ଲାଇନ ଏବଂ ଅଫ୍‌ଲାଇନ୍‌ ବେଟିଂ ମାମଲାରେ ଇଡି ବୀରେନ୍ଦ୍ରଙ୍କୁ ଗିରଫ କରିଛି।

ssfsxvc

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କର୍ଣ୍ଣାଟକ କଂଗ୍ରେସ ବିଧାୟକ କେସି ବୀରେନ୍ଦ୍ରଙ୍କୁ ଗ୍ୟାଙ୍ଗଟକ୍‌ରୁ ଗିରଫ କରିଛି। ବେଆଇନ ଅନ୍‌ଲାଇନ ଏବଂ ଅଫ୍‌ଲାଇନ୍‌ ବେଟିଂ ମାମଲାରେ ଇଡି ବୀରେନ୍ଦ୍ରଙ୍କୁ ଗିରଫ କରିଛି। ବୀରେନ୍ଦ୍ରଙ୍କ ୩୦ଟି ଠିକଣାରେ ଇଡି  ଚଢ଼ଉ କରି ନଗଦ ୧୨ କୋଟି ଟଙ୍କା ଏବଂ ୬ ‌କୋଟି ଟଙ୍କାର ସୁନା ଜବତ କରିଛି।  ଏଥିସହ ୧୦ କିଲୋ ରୁପ‌ା ଏବଂ ୪ଟି ଗାଡ଼ି ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା  ୧୭ଟି ବ୍ୟାଙ୍କ ଆକାଉଣ୍ଟ୍‌ ଏବଂ ୨ଟି ବ୍ୟାଙ୍କ ଲକର୍‌ ଅଚଳ କରିଦେଇଛି।

ବୀରେନ୍ଦ୍ରଙ୍କ ଭାଇ କେସି ନାଗରାଜ ଏବଂ ତାଙ୍କ ପୁଅ ପୃଥ୍ବୀ ଏନ୍‌ ରାଜ୍‌ଙ୍କ ବାସଭବନରୁ ମଧ୍ୟ ଅନେକ ସମ୍ପତ୍ତି ଜବତ ହୋଇଛି।  ବୀରେନ୍ଦ୍ରଙ୍କ ଅନ୍ୟ ସହ‌ଯୋଗୀ ତଥା ଭାଇ କେସି ଥିପ୍ପେସ୍ବାମୀ ଏବଂ ପୃଥ୍ବୀ ଏନ୍‌ ରାଜ୍‌ ଦୁବାଇରୁ ଅନ୍‌ଲାଇନ ଗେମିଙ୍ଗ ଅପରେସନ୍‌ ଚଳାଉଛନ୍ତି।   ବିଧାୟକ ବୀରେନ୍ଦ୍ର ତାଙ୍କ ସହଯୋଗୀମାନଙ୍କ ସହ ସିକ୍କିମର ଗ୍ୟାଙ୍ଗଟକ୍‌ ଯାଇଥିଲେ ଯେଉଁଠାରେ କାସି ନୋ ପାଇଁ ସେ ଏକ ଜମି ଲିଜ୍‌ରେ ଦେଇଥିଲେ। ବୀରେନ୍ଦ୍ରଙ୍କୁ ଗିରଫ କରାଯାଇ ଗ୍ୟାଙ୍ଗଟକ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଛି।  ଅନ୍ୟପକ୍ଷେ ଗୋଆରେ ଇଡି ୫ଟି କ୍ୟାସିନୋରେ ସର୍ଚ୍ଚ ଅପରେସନ୍‌ ଚଳାଇଥିଲା। ଉକ୍ତ ୫ଟି ଯାକ କ୍ୟାସିନୋ  ବିଧାୟକଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ଏକ ଅଂଶବିଶେଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe