ବେଆଇନ ବିଦେଶୀ ପାଣ୍ଠି ମାମଲା : ଅମରିନ୍ଦର୍‌ଙ୍କ ପୁଅଙ୍କୁ ଜେରା କରିବ ଇଡି

Advertisment
ଅବକାରୀ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କ ସହଯୋଗୀଙ୍କୁ ଜେରା

Jagran Josh

ନୂଆଦିଲ୍ଲୀ : ବେଆଇନ ବିଦେଶୀ ପାଣ୍ଠି ମାମଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କ ପୁଅ ରଣୀନ୍ଦର ସିଂହଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରିବ। ଏ ନେଇ ଇଡି ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ସମନ ଜାରି କରିଛି। ୨୦୧୬ରେ ରଣୀନ୍ଦର ବିଦେଶୀ ପାଣ୍ଠି ମାମଲାରେ ବିଦେଶୀ ମୁଦ୍ରା ବିନିମୟ ପରିଚାଳନା (ଫେମା) ଆଇନର ଉଲ୍ଲଂଘନ କରିଥିଲେ। ଏହି ମାମଲାରେ ପଞ୍ଚାବ କୋର୍ଟରେ ଏକ ମାମଲା ରୁଜୁ ହେବା ପରେ ଆୟକର ବିଭାଗ ଏହି ଅନିୟମିତତା ଘଟଣାର ତଦନ୍ତ କରୁଥିଲା। ତେବେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe