ବେଆଇନ ଖଣି ଖନନ ମାମଲା : ତଦନ୍ତ ପାଇଁ ଏନ୍‌ଜିଟି ଗଠନ କଲେ ୫ ଜଣିଆ ଟିମ୍‌

Advertisment
୨୦୨୧-୨୨: ଓଡ଼ିଶାକୁ ଖଣିରୁ ୪୯,୮୫୮.୮୭ କୋଟି ରାଜସ୍ବ

financialexpress.com

ନୂଆଦିଲ୍ଲୀ : ଢେଙ୍କାନାଳର ଝିଲି ମୌଜାରେ ବେଆଇନ ଖଣି ଖନନ ଓ ପଥର ଖୋଦେଇ ସମ୍ପର୍କୀତ ଅଭିଯୋଗର ତଦନ୍ତ ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ୫ ଜଣିଆ ଟିମ୍ ଗଠନ କରିଛନ୍ତି। ସୁକାନ୍ତ ପ୍ରଧାନ ଓ ଅନ୍ୟମାନଙ୍କ ଦ୍ବାରା ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ଆଦର୍ଶ କୁମାର ଗୋଏଲ, ବିଚାରପତି ଏସ୍. କେ. ସିଂହ ଓ ବିଶେଷଜ୍ଞ ସଦସ୍ୟ ନାଗିନ୍ ନନ୍ଦଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲାପାଳ, ରାଜ୍ୟ ପର୍ଯ୍ୟାବରଣ ପ୍ରଭାବ ଆକଳନ କର୍ତ୍ତୃପକ୍ଷ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ର ପର୍ଯ୍ୟାବରଣ ଓ ଜଙ୍ଗଲ ମନ୍ତ୍ରଣାଳୟର ସଦସ୍ୟଙ୍କୁ ନେଇ ପାଞ୍ଚଜଣିଆ ଟିମ୍ ଗଠନ କରିଛନ୍ତି।

କମିଟିକୁ ବାସ୍ତବସ୍ଥିତ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଇ-ମେଲ ଜରିଆରେ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗକାରୀଙ୍କୁ ମାମଲା ସଂପର୍କୀତ ସମସ୍ତ ନଥିପତ୍ର ପଞ୍ଚ ଜଣିଆ ଟିମ୍‌କୁ ହସ୍ତାନ୍ତର କରିବା ସହିତ ସପ୍ତାହ ଭିତରେ ସତ୍ୟପାଠ ଦାଖଲ ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ଦ୍ବାରା ଚିନ୍ନୟ କୁମାର ନାୟକଙ୍କ ଉପରେ ଢେଙ୍କାନାଳର ଝିଲି ମୌଜାରେ ବେଆଇନ ଖଣି ଖନନ ଏବଂ କୁନାଲ ଷ୍ଟ୍ରକ୍‌ଚର ପ୍ରାଇଭେଟ୍ ଲିମିଟେଡ ଉପରେ ବେଆଇନ ପଥର ଖୋଦେଇ କରୁଥିବାର ଅଭିଯୋଗ କରାଯାଇଛି। ଅଭିଯୋଗରେ ଧାର୍ଯ୍ୟ ପରିମାଣରୁ ଅଧିକ ଖନନ କରାଯାଉଥିବା ତଥା ବେଆଇନ ଭାବେ ଗଛଗୁଡିକ କଟାଯାଉଥିବାର କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe