ବେଆଇନ୍‌ ଖଣି ଖନନ ଜରିମାନା ଅର୍ଥ ପରିଚାଳନା ତଦାରଖ ଲାଗି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏ.କେ.ପଟ୍ଟନାୟକଙ୍କୁ ନିଯୁକ୍ତ ଦେଲେ ସୁପ୍ରିମକୋର୍ଟ

Advertisment
ବେଆଇନ୍‌ ଖଣି ଖନନ ଜରିମାନା ଅର୍ଥ ପରିଚାଳନା ତଦାରଖ ଲାଗି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏ.କେ.ପଟ୍ଟନାୟକଙ୍କୁ ନିଯୁକ୍ତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବେଆଇନ୍‌ ଖଣି ଖନନ ଜରିମାନାରୁ ଆଦାୟ ହେଉଥିବା ଅର୍ଥକୁ ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରିବା ନେଇ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଛି। ଲିଜ୍‌ଧାରୀମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅଦାଲତ ଗ୍ରହଣ କରି ଅର୍ଥ ପରିଚାଳନାର ତଦାରଖ ଲାଗି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏ.କେ.ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଛନ୍ତି । ସେ ସଂପୂର୍ଣ୍ଣ ବ୍ୟବସ୍ଥାର ତଦାରଖ କରିବା ସହ ପ୍ରଥମେ ୩ ମାସରେ ଥରେ ଏବଂ ପରେ ୬ମାସରେ ଥରେ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ଏବଂ ଆବଶ୍ୟକସ୍ଥଳେ କୋର୍ଟଙ୍କୁ ପ୍ରଦାନ କରିବେ।

ବେଆଇନ୍‌ ଖଣି ଖନନ ଜରିମାନା ଭାବେ ଏଯାବତ୍‌ ୧୩ ହଜାର କୋଟିରୁ ଊର୍ଧ୍ୱ ଏବଂ କାମ୍ପା ଫଣ୍ଡରେ ୮ହଜାର କୋଟି ଏବଂ ପୂର୍ବରୁ ୨୩୭ କୋଟି ରହିଛି। ପାଖାପାଖି ୧୫ହଜାର କୋଟି ଟଙ୍କାର ଏହି ପାଣ୍ଠିର ପରିଚାଳନା ଓ ଉପଯୋଗ କାର୍ଯ୍ୟକାରିତାର ତଦାରଖ କରିବେ ଜଷ୍ଟିସ୍‌ ପଟ୍ଟନାୟକ। ଏହି ସମସ୍ତ ରାଶି ଖଣି ଥିବା ୩ଟି ଜିଲ୍ଲାର ବିକାଶ ଲାଗି ଖର୍ଚ୍ଚ କରାଯିବ । ମୟୁରଭଞ୍ଜ, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ଏହି ଅର୍ଥ ରାଶି ଖର୍ଚ୍ଚ କରାଯିବ।

ସୁପ୍ରିମକୋର୍ଟ ବିଚାରପତିି ମଦନ ବି ଲୋକୁର, ବିଚାରପତି ଏସ୍‌ ଏ ନଜିର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe