ତେଲେଙ୍ଗାନାରେ ବେଆଇନ ଲିଙ୍ଗ ନିରୂପଣ ଏବଂ ଗର୍ଭପାତ ରୢାକେଟ୍‌ର ପର୍ଦ୍ଦାଫାସ: ୧୮ କ୍ବାକ୍‌ ଗିରଫ

ତେଲେଙ୍ଗାନାରେ ବେଆଇନ ଲିଙ୍ଗ ନିରୂପଣ ଏବଂ ଗର୍ଭପାତ ରୢାକେଟ୍‌ର ପର୍ଦ୍ଦାଫାସ: ୧୮ କ୍ବାକ୍‌ ଗିରଫ

News9Live

ନୂଆଦିଲ୍ଲୀ : ତେଲେଙ୍ଗାନାର ୱାରଙ୍ଗଲରେ ବେଆଇନ ଲିଙ୍ଗ ନିରୂପଣ ଏବଂ ଗର୍ଭପାତ କାର୍ଯ୍ୟରେ ନିୟୋଜିତ ଥିବା ଏକ ରୢାକେଟ୍‌ର ପର୍ଦ୍ଦାଫାସ ହୋଇଛି। ବେଆଇନ ଲିଙ୍ଗ ନିରୂପଣ କରୁଥିବା ଏକ ଗ୍ୟାଙ୍ଗ୍‌ର ୧୮ ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି। ପୁଲିସ ମଧ୍ୟ ୩ଟି ସ୍କାନର, ୧୦ଟି ସେଲଫୋନ୍‌, ନଗଦ ୭୩ ହଜାର ଟଙ୍କା ଜବତ କରିଛି।

ଉକ୍ତ ଗ୍ୟାଙ୍ଗ୍‌ର କିଛି ସଦସ୍ୟ ଏବେ ଫେରାର ଅଛନ୍ତି। ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ନାହିଁ। ୱାରଙ୍ଗଲ ପୁଲିସ କମିସନର ଏଭି ରଙ୍ଗନାଥ କହିଛନ୍ତି, କିଛି ବ୍ୟକ୍ତି ବେଆଇନ ଲିଙ୍ଗ ନିରୂପଣ କରୁଥିବା ଅଭିଯୋଗ ହେବାପରେ ପୁଲିସ ଚଢ଼ଉ ଆରମ୍ଭ କରିଥିଲା। ଉକ୍ତ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛି ଭେମୁଲା ପ୍ରବୀଣ। ସେ ପୂର୍ବରୁ ଏକ ସ୍କାନିଂ ସେଣ୍ଟରରେ ଟେକନିସିଆନ ଭାବେ କାର୍ଯ୍ୟ କରୁଥିଲା। ପ୍ରବୀଣ ଏବଂ ତା’ ପତ୍ନୀ ସନ୍ଧ୍ୟାରାଣୀ ଭେଙ୍କଟେଶ୍ବର କଲୋନିରେ ଏକ ଘର ଭଡ଼ା ନେଇ ଏଠାରେ ବେଆଇନ ଲିଙ୍ଗ ନିରୂପଣ କାର୍ଯ୍ୟ କରୁଥିଲେ। ପ୍ରବୀଣ କିଛି ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସହ ଯୋଗାଯୋଗରେ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe