ଲକ୍ଷ୍ନୌ: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ଶାତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ଏବେ ମୁଣ୍ଡ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ତଥା ଉତ୍ତରପ୍ରଦେଶ ଇନ୍-ଚାର୍ଜ ପ୍ରିୟଙ୍କା ଗାନ୍ଧୀ।
ଏହି ଯୁବ କଂଗ୍ରେସ ନେତ୍ରୀ ଦାବି କରିଛନ୍ତି ଯେ ବିଷାକ୍ତ ମଦ୍ୟପାନ କରି ପ୍ରାଣ ହରାଇଥିବା ମୃତଙ୍କ ପରିବାର ପାଇଁ ସରକାର ସମବେଦନାମୂଳକ କାର୍ଯ୍ୟ କରିବା ଉଚିତ।
ଶହ ଶହ ଲୋକଙ୍କ ମୃତ୍ୟୁ ନେଇ ନିଜର ଦୁଃଖ ପ୍ରକାଶ କରି ପ୍ରିୟଙ୍କା କହିଛନ୍ତି, ‘ଉତ୍ତରପ୍ରଦେଶ ଓ ଉତ୍ତରଖଣ୍ଡରେ ବିଷାକ୍ତ ମଦ୍ୟପାନ କରି ଶତାଧିକ ଲୋକଙ୍କ ଜୀବନ ଗଲାଣି। ଏହା ଏକ ନିନ୍ଦନୀୟ ଘଟଣା। ମୁଁ କଳ୍ପନା ବି କରି ନଥିଲି ଯେ ଏହି ଦୁଇ ରାଜ୍ୟାରେ ଏତେ ପରିମାଣରେ ବିଷାକ୍ତ ମଦ କାରବାର ହେଉଥିବ ବୋଲି।’
କେବଳ ସେତିକି ନୁହେଁ, ପ୍ରିୟଙ୍କା ମୃତଙ୍କ ପରିବାରକୁ କାହାକୁ ଜଣକୁ ସରକାରୀ ଚାକିରି ଦେବାକୁ ଦାବି କରି ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିନାଥଙ୍କ ନିକଟରେ କହିଛନ୍ତି।
Follow Us