ଆଇନ ଭଙ୍ଗକାରୀଙ୍କ ପାଇଁ ମୁଁ ଭଲ୍‌ ଅଫିସର୍‌ ନୁହେଁ: ୱାଙ୍ଖଡ଼େ

Advertisment
ଏନସିବିରୁ ବିଦା ହେଲେ ସମୀର ୱାଙ୍ଖଡେ, ବଢ଼ିଲାନି ଅବଧି

ମୁମ୍ବାଇ : ଏନ୍‌ସିବିର ଜୋନାଲ୍‌ ଡାଇରେକ୍ଟର ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଅଭିଯୋଗ ବର୍ଷା କରୁଥିବା ବେଳେ ଏବେ ଆଇନଗତ ଲଢ଼େଇ ପାଇଁ ୱା‌ଙ୍ଖଡ଼େ ପ୍ରସ୍ତୁତ ହେଉଛନ୍ତି। ଗତକାଲି ମୁମ୍ବାଇ ପୁଲିସ ଦ୍ବାରା ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିବାରୁ ଏହାର ପ୍ରତିବାଦ କରି ସେ ମୁମ୍ବାଇ ହାଇକୋର୍ଟରେ ଆବେଦନ କରିଛନ୍ତି।

ୱାଙ୍ଖଡ଼େ କହିଛନ୍ତି ସେ ନିଷ୍ଠାର ସହ ତାଙ୍କ କର୍ତ୍ତବ୍ୟ ସଂପାଦନ କରୁଥିବା ବେଳେ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଏହା କରାଇଦେବାକୁ ଚାହୁନାହାନ୍ତି ଏବଂ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣି ବଡ଼ ଧରଣର ବିଭ୍ରାନ୍ତି ସୃଷ୍ଟି କରିଛନ୍ତି। ଆଇନକୁ ଭାଙ୍ଗୁଥିବା ଏବଂ ଆଇନ ‌ସହ ଖେଳୁଥିବା ଲୋକଙ୍କ ପାଇଁ ମୁଁ ଭଲ ଅଫିସର ନୁହେଁ ବୋଲି ୱାଙ୍ଖଡ଼େ କହିଛନ୍ତି। ମତେ ଓ ମୋ ପରିବାର ଉପରେ ବ୍ୟକ୍ତିଗତ ଆକ୍ରମଣ କରି ଆଇନ ଭଙ୍ଗକାରୀମାନେ ପ୍ରବଳ ଚାପ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି। ମୁମ୍ବାଇ ପୁଲିସ ମୋ ଅଧିକାରକୁ ନଷ୍ଟ କରିଦେବା ପର୍ଯ୍ୟନ୍ତ ବିଚାରପତି ଅପେକ୍ଷା କରନ୍ତୁ ନାହିଁ। ମୁଁ କୌଣସି ଡ୍ରଗ୍‌ ପେଡ୍‌ଲର ନୁହେଁ ଏବଂ ପ୍ରତିଟି ଅଭିଯୋଗର ମୁକାବିଲା କରିବାକୁ ସମର୍ଥ ବୋଲି ସେ କହିଛନ୍ତି। ମୁମ୍ବାଇ ହାଇକୋର୍ଟ ଏହି ମାମଲାରେ ୱାଙ୍ଖଡ଼େଙ୍କୁ ଆଶ୍ବସ୍ତ କରିବା ସହ ଗିରଫଦାରୀର ୩ ଦିନ ପୂର୍ବରୁ ନୋଟିସ୍‌ ଦେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe