ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଅଧିକମାତ୍ରାରେ ବ୍ୟାପିବା ପଛରେ ତବଲିଗି ଜମାତକୁ ଦାୟୀ କରି ମହିଳା କୁସ୍ତି ଯୋଦ୍ଧା ବବିତା ଫୋଗାଟ କରିଥିବା କେତେକ ଟ୍ବିଟ୍କୁ ନେଇ ହଙ୍ଗାମା ଜାରି ରହିଛି। ତେବେ ଏଥିପାଇଁ ବବିତାଙ୍କୁ ଅନେକ ଧମକ ମିଳୁଥିବାରୁ ବବିତା ଆଜି ଏକ ଭିଡିଓ ଜାରି କରି କହିଛନ୍ତି ଯେ ମୁଁ ଜାୟରା ୱସିମ୍ ନୁହେଁ ଏବଂ କାହାର ଧମକକୁ ମୁଁ ଡରେ ନାହିଁ। କିଛି ଲୋକ ଫୋନ୍ କରି ମଧ୍ୟ ମତେ ଧମକାଇଛନ୍ତି। ମୁଁ ଦେଶ ପାଇଁ ଲଢ଼ିଛି ଏବଂ ମୋ ଟ୍ବିଟ୍ କାଏମ ରହିଛି। ମୁଁ କିଛି ଭୁଲ୍ କରିନାହିଁ ବୋଲି ବବିତା କହିଛନ୍ତି।
ମୁଁ ଜାୟରା ୱସିମ ନୁହଁ, ଧମକ୍କୁ ଡରେ ନାହିଁ: ବବିତା ଫୋଗାଟ
Advertisment
Follow Us