କମଳାଙ୍କଠାରୁ ମୁଁ ଅଧିକ ସୁନ୍ଦର: ଟ୍ରମ୍ପ୍‌

Advertisment
କମଳାଙ୍କଠାରୁ ମୁଁ ଅଧିକ ସୁନ୍ଦର: ଟ୍ରମ୍ପ୍‌

ୱାସିଂଟନ୍‌: ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନ ତାରିଖ ଯେତିକି ପାଖେଇ ଆସୁଛି ଆମେରିକାରେ ଦୁଇ ପ୍ରତିପକ୍ଷ ଦଳର ପ୍ରାର୍ଥୀଙ୍କ ପ୍ରଚାର ତୀବ୍ରତା ସେତିକି ବଢ଼ିବାରେ ଲାଗିଛି। ଆମେରିକା ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥ କମଳା ହାରିସ୍‌ଙ୍କୁ ପୁଣିଥରେ ବ୍ୟକ୍ତିଗତ ଆକ୍ରମଣ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ୍‌। ଏକ ନିର୍ବାଚନୀ ପ୍ରଚାର ସଭାରେ ଯୋଗଦେଇ ଟ୍ରମ୍ପ୍‌ କହିଛନ୍ତି ଯେ ସେ କମଳାଙ୍କ ଠାରୁ ସେ ଅଧିକ ସୁନ୍ଦର। ଶନିବାର, ପେନ୍‌ସିଲଭାନିଆର ୱିଲ୍‌କିସ୍‌-ବାରେ ଠାରେ ଅନୁଷ୍ଠିତ ଏକ ପ୍ରଚାର ସଭାରେ ଟ୍ରମ୍ପ୍‌ ନିଜର ପ୍ରତିଦ୍ବନ୍ଦ୍ବୀ କମଳାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଆମେରିକାର ଅର୍ଥନୀତି ଉପରେ କମଳାଙ୍କ ଜ୍ଞାନ ଓ ଆଭିମୁଖ୍ୟକୁ ସେ କଟାକ୍ଷ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, କମଳା ନିଜର ଅର୍ଥନୈତିକ ଯୋଜନାକୁ ସାର୍ବଜନୀନ କରିଛନ୍ତି।

କମଳା ପ୍ରତିଶ୍ରୁତି ଦେଇଛନ୍ତି ଯେ ପ୍ରଥମ ଦିନରୁ ଦେଶର ଖାଦ୍ୟ ଓ ଗୃହନିର୍ମାଣ ଖର୍ଚ୍ଚକୁ କମାଇବେ। କିନ୍ତୁ କମଳାଙ୍କ ‌ତାଙ୍କର ପୂରା ଶାସନ କାଳରେ କ’ଣ କରୁଥିଲେ ବୋଲି ଟ୍ରମ୍ପ୍‌ ପ୍ରଶ୍ନ କରିଛନ୍ତି। ଦେଶର ମୁଦ୍ରାସ୍ପୀତି ହ୍ରାସ କରିବାକୁ ଟ୍ରମ୍ପ୍‌ ପ୍ରତିଶ୍ରୁତି ଦେଇ କହିଛନ୍ତି, ଯେଉଁଦିନ ସେ ରାଷ୍ଟ୍ରପତି ଭାବେ ଶପଥ ନେବେ ସେହି ସମୟଠାରୁ ସେ ଦରଦାମର ଦ୍ରୁତ ହ୍ରାସ ଦିଗରେ କାମ କରିବେ। ଟାଇମ୍‌ ମାଗାଜିନ୍‌ର ପ୍ରଚ୍ଛଦ ପୃଷ୍ଠାରେ କମଳାଙ୍କ ଫଟୋ ଓ ତାଙ୍କ ମୁଖର ଏକ ପ୍ରତୀକାତ୍ମକ ଗ୍ରାଫ୍‌ ପ୍ରକାଶ ପାଇଥିବା କଥା ଉ‌ଲ୍ଲେଖ କରି କରି ଟ୍ରମ୍ପ୍‌ କହିଥିଲେ, କୌଣସି ମହିଳାଙ୍କୁ ସୁନ୍ଦର ବୋଲି କୁହନ୍ତୁ ନାହିଁ, ଯଦି ଏହା କହିବେ ତେବେ ସେହି ମହିଳାଙ୍କ ରାଜନୈତିକ ଜୀବନ ନିଶ୍ଚିତ ଭାବେ ଶେଷ ହୋଇଯିବ। ତଥାପି ସେ କମଳାଙ୍କ ଠାରୁ ଅଧିକ ସୁନ୍ଦର ଅଟନ୍ତି ଟ୍ରମ୍ପ୍‌ କହିବା ପରେ ଏହାକୁ ନେଇ ପ୍ରବଳ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe