ମୋର ବିଶ୍ବାସ ମୁଁ ଶୀଘ୍ର ୟୁକ୍ରେନବାସୀଙ୍କୁ ଫେରିବାକୁ କହିବି: ୟୁୁକ୍ରେନ ରାଷ୍ଟ୍ରପତି

ମୋର ବିଶ୍ବାସ ମୁଁ ଶୀଘ୍ର ୟୁକ୍ରେନବାସୀଙ୍କୁ ଫେରିବାକୁ କହିବି: ୟୁୁକ୍ରେନ ରାଷ୍ଟ୍ରପତି

କିବ: ୟୁକ୍ରେନ ଉପରେ ଋଷ ଆକ୍ରମଣର ୧୦ ଦିନ ବିତିବା ପରେ ମଧ୍ୟ ଯୁଦ୍ଧର ତୀବ୍ରତା କମୁ ନାହିଁ। ୟୁଏନଏଚସିଆର ଦେଇଥିବା ରିପୋର୍ଟ ଅନୁଯାୟୀ ଋଷ ଆକ୍ରମଣ ପରେ ୮ ଦିନରେ ପାଖାପାଖି ୧୦ ଲକ୍ଷ ନାଗରିକ ୟୁକ୍ରେନ ଛାଡିଛନ୍ତି। ଗତ ୧୦୦ ବର୍ଷ ମଧ୍ୟରେ ଏଭଳି ପ୍ରଥମ କରି ଘଟୁଥିବା ବେଳେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି ଆଉ ମାତ୍ର କିଛି ଦିନର ଅପେକ୍ଷା ବୋଲି କହିଛନ୍ତି।

ଦେଶବାସୀଙ୍କୁ ସମ୍ବୋଧିତ କରିି ଜେଲେନସ୍କି କହିଛନ୍ତି ଯେ, ସୀମାରେ ଆମେ ମାନବିକ ସଙ୍କଟକୁ ରୋକିବାରେ ସଫଳ ହେଲୁ। ଯୁଦ୍ଧ ମଧ୍ୟରେ ବି ଆମେ ପରିସ୍ଥିତିକୁ ସମ୍ଭାଳିବାରେ ସଫଳ ହୋଇଛୁ ଯାହା ଦ୍ବାରା ହଜାର ହଜାର ୟୁକ୍ରେନ ମହିଳା ଏବଂ ଶିଶୁଙ୍କ ସହ ଭଲ ବ୍ୟବହାର କରାଯାଇଛି ଓ ସମ୍ମାନ ଦିଆଯାଇଛି। ପୋଲାଣ୍ଡକୁ ଯିବା ପରେ ୟୁକ୍ରେନବାସୀଙ୍କୁ ସେମାନଙ୍କ ଜାତୀୟତା କ’ଣ, ସେମାନଙ୍କର ବିଶ୍ୱାସ କ’ଣ, ସେମାନଙ୍କ ପାଖରେ କେତେ ଟଙ୍କା ଅଛି ବୋଲି କେହି ପଚାରି ନଥିଲେ। ପୋଲାଣ୍ଡ ଏବେ ୟୁକ୍ରେନର ବନ୍ଧୁ ପାଲଟିଛି। ମୁଁ ନିଶ୍ଚିତ ଯେ ଶୀଘ୍ର ଆମେ ଆମ ଲୋକଙ୍କୁ ଫେରିବା ପାଇଁ କହିବାକୁ ସମର୍ଥ ହେବୁ। ଏବେ ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଏବଂ ଅନ୍ୟ ସମସ୍ତ ଦେଶରୁ ଫେରିଆସ। କାରଣ ଆଉ ବିପଦ ନାହିଁ। ଖୁବ ଶୀଘ୍ର ଆମେ ୟୁକ୍ରେନବାସୀଙ୍କୁ ଏଭଳି କହିବୁ ବୋଲି ମୋର ବିିଶ୍ବାସ।

publive-image ukrinform

ରାଷ୍ଟ୍ରପତିଙ୍କ ଏଭଳି ଭାଷଣ ଏବେ ୟୁକ୍ରେନବାସୀଙ୍କୁ ନୂଆ ଆଶା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe