Representative Image
ନୂଆଦିଲ୍ଲୀ: ତାଲିମ୍ ଅଭ୍ୟାସ ସମୟରେ ହରିୟାଣାର କର୍ଣ୍ଣଲ୍ରୁ ଆସିଥିବା ଇଣ୍ଡିଆନ୍ ମିଲିଟାରି ଏକାଡେମିର (ଆଇଏମ୍ଏ- ଡେରାଡୁନ୍) ଜଣେ କ୍ୟାଡେଟ୍ଙ୍କର ମୃତ୍ୟୁ ଘଟିଛି।
ଏକ ବିବୃତିରେ ଉଲ୍ଲେଖ କରାଯାଇଛି: କ୍ୟାଡେଟ୍ ଅମୂଲ ରାଓ୍ଵଲଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ଚିକିତ୍ସା କରାଯାଇଥିଲା।
ସେଠାରୁ ତାଙ୍କୁ ତୁରନ୍ତ ଡେରାଡୁନ୍ସ୍ଥିତ ସାମରିକ ହସ୍ପିଟାଲ୍କୁ ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।
ମୃତ କ୍ୟାଡେଟ୍ଙ୍କ ଦାଦି ଅନୀଲ କୁମାର କହନ୍ତି: ୨୦୧୬ରେ ସେ ନେସ୍ନାଲ୍ ଡିଫେନ୍ସ୍ ଏକାଡେମିରେ ଯୋଗ ଦେଇଥିଲେ ଏବଂ ଏ ବର୍ଷ ଆଇଏମ୍ଏ ଡେରାଡୁନ୍କୁ ଆସିଥିଲେ।
ତାଙ୍କ ମୃତ୍ୟୁର ବାସ୍ତବ କାରଣ କ’ଣ ତାଙ୍କ ପରିବାର ଲୋକେ ଜାଣି ନ ଥିବା କଥା ସେ କହିଛନ୍ତି। କିନ୍ତୁ ତାଲିମ ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା କଥା କୁହାଯାଇଛି। ଶବ ଆଣିବାକୁ ପରିବାର ଲୋକେ ଯାଇଛନ୍ତି।
ରାଓ୍ଵଲଙ୍କର ପରିବାରରେ ବାପା ଜୟ ଚାନ୍ଦ, ମାଆ ସୁନୀତା ଦେବୀ ଏବଂ ସାନଭାଇ ତରୁଣ ରାଓ୍ଵଲ୍ ଅଛନ୍ତି।
Follow Us